ନୂଆଦିଲ୍ଲୀ, ୧୮ ଅଗଷ୍ଟ(ହି.ସ.) – ଦିଲ୍ଲୀରେ ପୁଣିଥରେ ସ୍କୁଲମାନଙ୍କୁ ବମ୍ରେ ଉଡ଼ାଇବାର ଧମକ ମିଳିଛି। ରାଷ୍ଟ୍ରୀୟ ରାଜଧାନୀର ୩୨ ସ୍କୁଲ୍କୁ ସୋମବାର ସକାଳେ ବମ୍ର ଧମକ ମିଳିଛି। ଏମାନଙ୍କ ମଧ୍ୟରୁ ଅଧିକ କାଲ୍ ଦ୍ୱାରକା ସ୍ଥିତ ସ୍କୁଲମାନଙ୍କୁ ମିଳିଛି। ଜରୁରୀକାଳୀନ ଭାବେ ସ୍କୁଲଗୁଡ଼ିକୁ ଖାଲି କରାଯାଇଛି ଏବଂ ଆଖପାଖ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଯାଂଚ ପରେ ପୋଲିସ୍ ଏହି ଧମକକୁ ମିଛ କହିଛି। ଅଧିକାରୀମାନେ କହିଛନ୍ତି ଯେ ଏହି ଧମକ ସୋମବାର ଭୋର୍ରୁ ଇମେଲ୍ ଜରିଆରେ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ପଠାଯାଇଛି। ସ୍କୁଲ ପରିସରର ଗଭୀର ଯାଂଚ କରାଯାଇଛି ଏବଂ ଧମକକୁ ମିଛ କୁହାଯାଇଛି, କାହିଁକିନା ସେଠାରେ କୌଣସି ସନ୍ଦିଗ୍ଧ ମିଳିନାହାଁନ୍ତି।
ଦମକଳ ବିଭାଗ ଅନୁଯାୟୀ ସୋମବାର ସକାଳ ପ୍ରାୟ ୭.୨୫ରୁ ନେଇ ଦ୍ୱିପହର ୧୨.୨୫ ପର୍ଯ୍ୟନ୍ତ ଦମକଳ କଂଟ୍ରୋଲ ରୁମ୍କୁ ଦିଲ୍ଲୀର ୩୨ ସ୍କୁଲରେ ବମ୍ ଥିବାର ସୂଚନା ମିଳିଛି। ସୂଚନା ମିଳିବା ପରେ ସମସ୍ତ ମାମଲାରେ ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି। ଏହାବ୍ୟତୀତ ବମ୍ ଏବଂ ଡଗ୍ସ୍କ୍ୱାର୍ଡ଼ ସହିତ ଅନ୍ୟ ଯାଂଚ ଏଜେନ୍ସିଂ ଘଟଣାସ୍ଥଳରେ ପହଂଚିଛି। ପୋଲିସ୍ର ଏକ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ସମସ୍ତ ସ୍କୁଲକୁ ଘଂଟା ଘଂଟା ଯାଂଚ କରିବା ପରେ ସମସ୍ତ କଲ୍କୁ ମିଛ ବୋଲି ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି