କେନ୍ଦୁଝର, ୧୮ ଅଗଷ୍ଟ (ହି.ସ.)- କେନ୍ଦୁଝର ସହର ସ୍ଥିତ ସ୍ଥାନୀୟ ମଣ୍ଡୁଆ ଏଲଆଇସି ଅଫିସ ସମ୍ମୁଖରେ ଗତ ବର୍ଷ ନୂତନ ଭାବେ ଦୁର୍ଗତିନାସିନୀ ପୂଜା କମିଟି ପକ୍ଷରୁ ମହା ଆଡମ୍ବରରେ ଦୁର୍ଗାପୂଜା ଅୟୋଜନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଦ୍ଵିତୀୟ ବାର୍ଷିକୀ ମା ଦୂର୍ଗାଙ୍କ ପୂଜା ବେଶ ଯାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସଭାପତି ଅମରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସୁଉଚ୍ଚ ତୋରଣ ସହ ଲାଇଟ୍ ସାଜସଜ୍ଜା, ବିଶେଷ କରି ପ୍ରସାଦ ସେବନ ବ୍ୟବସ୍ଥାକୁ ଆହୁରି ସୁନ୍ଦର କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ସେପ୍ଟେମ୍ବର ୧୬ ରୁ ମୂର୍ତ୍ତି ନିର୍ମାଣ ହେବା ପାଇଁ ସ୍ଥିର ହୋଇଥିବା ବେଳେ ଜରିମେଢ଼ ବେଶ ଆକର୍ଷଣୀୟ ହେବ ବୋଲି ଆଲୋଚନା ହେଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଦୀପକ ମହାନ୍ତି, କୋଷାଧ୍ୟକ୍ଷ ଦେବାଶିଷ ଜିତ, ଉପ ସଭାପତି ସତ୍ୟବ୍ରତ ବଳ, ଦୀନବନ୍ଧୁ ବେହେରା, ବରିଷ୍ଠ ସଦସ୍ୟ ସୁନିଲ ନାଏକ, ହରିୟା ନାଏକ, ପ୍ରସନ୍ନ ସାହୁ, ଗିରିଶ ପ୍ରଧାନ, ଆଦିତ୍ୟ ବାରିକ, ବିକ୍ରମ ରାଉତ, ସଞ୍ଜୀବ ରାଉତ, ଅଜୟ ଜେନା, ସୌମ୍ୟ ପ୍ରକାଶ ରଣା, ତାରିଣୀ ସେଠୀ, ଗୌରବ ସାହୁ, ସାଇ ଶ୍ରୀଚନ୍ଦନ ବେହେରା, ହରଦୀପ ମହାନ୍ତି, ଏସ ଏମ ଅଲି, ମହେନ୍ଦ୍ର ନାଏକ, ସୁଧାଂଶୁ ମହକୁଲ, ପ୍ରଫୁଲ୍ଲ ମହାନ୍ତି, ରାଜେଶ ସାହୁ, ଶୁଭ ସଙ୍କେତ ପାଢ଼ୀ, ଜିତେନ୍ଦ୍ର ଶତପଥୀ, ମନୋଜ ବେହେରା, ଅଜୟ ନାଏକ, ସୁଶାନ୍ତ ମହାନ୍ତି, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ମହାପାତ୍ରଙ୍କ ସହ ବହୁ ସଦସ୍ୟ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA