ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ
ଜୟପୁର, ୧୮ ଅଗଷ୍ଟ (ହି.ସ.)- ଦେଶି ମଦ ଚଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଣିପୁଟ କମଳା ପରଜା (୨୭) ଓ ବାର୍ଲାହାଣ୍ଡିର ଦୁଯ୍ୟଧନ ବିଷୋୟୀ (୨୯) । ସୂଚନା ଅନୁଯାଇ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ରାଣିପୁଟ ଓ ବାର୍ଲାହା
ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ


ଜୟପୁର, ୧୮ ଅଗଷ୍ଟ (ହି.ସ.)- ଦେଶି ମଦ ଚଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଣିପୁଟ କମଳା ପରଜା (୨୭) ଓ ବାର୍ଲାହାଣ୍ଡିର ଦୁଯ୍ୟଧନ ବିଷୋୟୀ (୨୯) । ସୂଚନା ଅନୁଯାଇ, ଦେଶି ମଦ ଚାଲାଣ ହେଉଥିବା ଖବର ପାଇ ରାଣିପୁଟ ଓ ବାର୍ଲାହାଣ୍ଡିରେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ ହୋଇଛି । ଚଢଉ କରି ୧୫ ଲିଟର ଦେଶି ମଦ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande