ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ, ୪୦ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ
ଜୟପୁର, ୧୮ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ ଏସପି ରହିତ ବର୍ମା, ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ମୁଖ୍ୟ ଉନ୍ନୟନ ଅଧି
ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ,40ଟି ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ


ଜୟପୁର, ୧୮ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ ଏସପି ରହିତ ବର୍ମା, ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ମାଛକୁଣ୍ଡ ତହସିଲଦାର ଦିବାକର ବାଘ, ଜିଲା ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀବ ଡା.ଆର ଏନ ମିଶ୍ର,ଖଣ୍ଡିଅ ବନ ବିଭାଗ ଅଧିକାରୀ ରାଜ ଶେଖର ରାଓ,ଲମତାପୁଟ ବ୍ଲକ ଅଧକ୍ଷ ତାପସ କୁମାର ଚାଲାଣ ପ୍ରମୁଖ ଉପସ୍ଥିତ ରହିଥିଲେ l ଜିଲ୍ଲାରେ ନୂତନ ଭାବରେ ଯୋଗ ଦାନ କରିବା ପରେ ପ୍ରଥମ କରି ଲମତାପୁଟରେ ମିଳିତ ଜଣାଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ l ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଜିଲା ପାଳ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋଟ 40ଗୋଟି ବିଭିନ୍ନ ଅଭିଯୋଗର ଜନ ଶୁଣାଣୀ କରିଥିଲେ l ବ୍ୟକ୍ତିଗତ ସମସ୍ୟା ଉପରେ 19 ଓ ସାମୁହିକ ଭାବରେ 21 ଗୋଟି ସମସ୍ୟା ଉପରେ ଲୋକଙ୍କୁ ଠାରୁ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l

ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande