କୃଷ୍ଣ ଜନ୍ମାଷ୍ଟମୀ ଶୋଭାଯାତ୍ରାର ରଥରେ କରେଂଟ ଲାଗି ଛଅଜଣଙ୍କ ମୃତ୍ୟୁ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ପାଂଚ ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କଲେ
ହାଇଦ୍ରାବାଦ, ୧୮ ଅଗଷ୍ଟ(ହି.ସ.) – ରାଜଧାନୀର ରାମନ୍ତପୁରର ଗୋକୁଳନଗରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଶୋଭାଯାତ୍ରା ଅବସରରେ ଏକ ରଥ କରେଂଟ ମଧ୍ୟରେ ଆସି ମୃତ୍ୟୁସଂଖ୍ୟା ଛଅ ହୋଇଛି। ଏହାମଧ୍ୟରେ ରାଜ୍ୟରେ ସରକାର ମୃତକଙ୍କ ପରିବାରକୁ ପାଂଚ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦେବାର ଘୋଷଣା କରିଛନ୍ତି। ତେବେ ଶ
କୃଷ୍ଣ ଜନ୍ମାଷ୍ଟମୀ ଶୋଭାଯାତ୍ରାର ରଥରେ କରେଂଟ ଲାଗି ଛଅଜଣଙ୍କ ମୃତ୍ୟୁ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ପାଂଚ ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କଲେ


ହାଇଦ୍ରାବାଦ, ୧୮ ଅଗଷ୍ଟ(ହି.ସ.) – ରାଜଧାନୀର ରାମନ୍ତପୁରର ଗୋକୁଳନଗରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଶୋଭାଯାତ୍ରା ଅବସରରେ ଏକ ରଥ କରେଂଟ ମଧ୍ୟରେ ଆସି ମୃତ୍ୟୁସଂଖ୍ୟା ଛଅ ହୋଇଛି। ଏହାମଧ୍ୟରେ ରାଜ୍ୟରେ ସରକାର ମୃତକଙ୍କ ପରିବାରକୁ ପାଂଚ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦେବାର ଘୋଷଣା କରିଛନ୍ତି।

ତେବେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ରବିବାର ରାତିରେ ସ୍ଥାନୀୟ ଯାଦବ ସଂଗମ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ମଧ୍ୟ ରାତ୍ରୀ ୧୨.୩୦ରେ ଶୋଭାଯାତ୍ରାରେ ସାମିଲ ରଥକୁ ଟାଣୁଥିବା ବାହନ ଖରାପ ହେବା ପରେ କିଛି ଯୁବକ ହାତରେ ରଥକୁ ଆଗକୁ ଭିଡ଼ିବା ଆରମ୍ଭ କରିଥିଲେ। ସେତେବେଳେ ରଥ ବିଜୁଳୀ ତାର ସଂସ୍ପର୍ଶରେ ଆସିଯାଇଥିଲା ଏବଂ ବାହନରେ କରେଂଟ ପ୍ରବାହିତ ହୋଇଥିଲା, ଯାହା ସଂସ୍ପର୍ଶରେ ନଅଜଣ ଯୁବକ ଆସିଯାଇଥିଲେ। ଏଥିମଧ୍ୟରୁ ପାଂଚ ଲୋକଙ୍କ ମୃତ୍ୟୁ ଘଟଣାସ୍‌ଥଳରେ ହୋଇଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣେ ଆହତଙ୍କର ମୃତ୍ୟୁ ହୋଇଯାଇଥିଲା। ଏହିପରି ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ଛଅ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande