କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ଆଜି ନୂଆ ଦିଲ୍ଲୀରେ ଗୃହମନ୍ତ୍ରୀ ଶ୍ରୀ ଅମିତ୍
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଦିନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ସେ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ଆଜି ନୂଆ ଦିଲ୍ଲୀରେ ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାର ଅବସର ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟର ବିକାଶ, ସାଂଗଠନିକ ସୁଦୃଢ଼ୀକରଣ ସମେତ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଷୟ ସମ୍ଵନ୍ଧରେ ଆଲୋଚନା କଲି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଆମ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛି । ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର କିପରି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହୋଇ ପାରିବ ସେ ଦିଗରେ ଆହୁରି ଦୃଢ଼ତାର ସହ କାର୍ଯ୍ୟ କରିବା ପାଇଁ ଗୃହ ମନ୍ତ୍ରୀଙ୍କର ମାର୍ଗଦର୍ଶନ ପ୍ରାପ୍ତ ହେଲା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande