'ଭୋଟର ଅଧିକାର ଯାତ୍ରା'ର ଦ୍ୱିତୀୟ ଦିନ, ରାହୁଲ ଗାନ୍ଧୀ ଔରଙ୍ଗାବାଦର କୁଟୁମ୍ବାରୁ ଗୟାଜୀ ପର୍ଯ୍ୟନ୍ତ ଜନସମ୍ପର୍କ କଲେ
ନୂଆଦିଲ୍ଲୀ, ୧୮ ଅଗଷ୍ଟ (ହି.ସ.)- ବିହାରରେ ଆୟୋଜିତ କଂଗ୍ରେସର ''ଭୋଟର ଅଧିକାର ଯାତ୍ରା''ର ଆଜି ଦ୍ୱିତୀୟ ଦିନ । ଆଜିର ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ଏବଂ ଯାତ୍ରାରେ ସାମିଲ୍ ଥିବା ଅନ୍ୟ ନେତାମାନେ ଔରଙ୍ଗାବାଦର କୁଟୁମ୍ବାରୁ ଗୟାଜୀ ପର୍ଯ୍ୟନ୍ତ ଜନସମ୍ପର୍କ କରିଛନ୍ତି । ସ୍ୱତନ୍ତ୍ର ସଘନ ପୁନଃନିର
'ଭୋଟର ଅଧିକାର ଯାତ୍ରା'ର ଦ୍ୱିତୀୟ ଦିନ, ରାହୁଲ ଗାନ୍ଧୀ ଔରଙ୍ଗାବାଦର କୁଟୁମ୍ବାରୁ ଗୟାଜୀ ପର୍ଯ୍ୟନ୍ତ ଜନସମ୍ପର୍କ କଲେ


ନୂଆଦିଲ୍ଲୀ, ୧୮ ଅଗଷ୍ଟ (ହି.ସ.)- ବିହାରରେ ଆୟୋଜିତ କଂଗ୍ରେସର 'ଭୋଟର ଅଧିକାର ଯାତ୍ରା'ର ଆଜି ଦ୍ୱିତୀୟ ଦିନ । ଆଜିର ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ଏବଂ ଯାତ୍ରାରେ ସାମିଲ୍ ଥିବା ଅନ୍ୟ ନେତାମାନେ ଔରଙ୍ଗାବାଦର କୁଟୁମ୍ବାରୁ ଗୟାଜୀ ପର୍ଯ୍ୟନ୍ତ ଜନସମ୍ପର୍କ କରିଛନ୍ତି । ସ୍ୱତନ୍ତ୍ର ସଘନ ପୁନଃନିରୀକ୍ଷଣ(ଏସଆଇଆର) ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ରାହୁଲ ଗାନ୍ଧୀ ରବିବାର ସାସାରାମରୁ ଏହି ଯାତ୍ରା ଆରମ୍ଭ କରିଥିଲେ ।

'ଭୋଟର ଅଧିକାର ଯାତ୍ରା'ର ଦ୍ୱିତୀୟ ଦିନରେ, ସୋମବାର ସକାଳ ୮ଟାରେ ଔରଙ୍ଗାବାଦର କୁଟୁମ୍ବାର ଦେବ ରୋଡରୁ ପୁଣି ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରା ଆରମ୍ଭ ହେବା ପରେ, ସମସ୍ତ ନେତା ସକାଳ ୯ଟା ୩୦ ରେ ଦେବ ସୂର୍ଯ୍ୟ ମନ୍ଦିରରେ ପହଂଚି ଭଗବାନ ଭାସ୍କର (ସୂର୍ଯ୍ୟ ଦେବତା)ଙ୍କୁ ପୂଜା କରିଥିଲେ । ଏହା ପରେ, ଏହି ଯାତ୍ରାରେ ସାମିଲ୍ ନେତାମାନେ ରାହାଟଗଞ୍ଜର ବ୍ଲକ ରୋଡରେ ଲୋକମାନଙ୍କୁ ଭେଟିବା ପାଇଁ ପୂର୍ବାହ୍ନ ୧୧ଟା ୩୦ ରେ ଅଟକିଥିଲେ । ଯାତ୍ରାଟି ତେହଲାରା, ପାତାଳଗଙ୍ଗା, ଦେବ ବାଇପାସ୍ ରୋଡ୍‌, ପୁରୁଣା ଥାନା ମୋଡ଼ ଦେଇ ସୂର୍ଯ୍ୟମନ୍ଦିର ଦେବରେ ପହଂଚିଥିଲା ଏବଂ ସେଠାରୁ ଜିଟି ରୋଡ୍ (ଜାତୀୟ ରାଜପଥ-୨) ଦେଇ ଶିବଗଞ୍ଜ ଦେଇ ୱାର ବଜାରରେ ପହଂଚି ଥିଲା । ସେଠାରୁ ଯାତ୍ରାରେ ସାମିଲ୍ ସମସ୍ତ ନେତା ଗୟାଜୀ ଜିଲ୍ଲାର ଡାବୁର, ଗୁରାରୁରେ ପହଂଚିଥିଲେ ଏବଂ ଡାବୁରରେ ହିଁ ମଧ୍ୟାହ୍ନ ଭୋଜନ କରିଥିଲେ । ନେତାମାନେ ଏଠାରେ କିଛି ସମୟ ପାଇଁ ବିଶ୍ରାମ ମଧ୍ୟ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande