ଅଜଣା ଗାଡି ଧକ୍କାରେ ଜଣେ ମୃତ
ବାରିପଦା, ୧୮ ଅଗଷ୍ଟ (ହି.ସ.)- ବାରିପଦା- ଲୁଲୁଙ୍ଗ ରାସ୍ତାର ରଙ୍ଗାମାଟିଆ ନିକଟରେ ଏକ ଅଜଣା ଦ୍ରୁତଗାମୀ ଗାଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରୁହ୍ୟା ସିଂ। ସେ ବାଇକ ଯୋଗେ ରାତିରେ ଫେରୁଥିଲେ। ଏକ ଅଜଣା ବାଇକ ଦ୍ରୁତଗତିରେ ତାଙ୍କୁ ଧକ୍କା ଦେଇଥିଲା। ସେ ଭାରସାମ୍ୟ ହରାଇ ରାସ୍ତାରେ
ଅଜଣା ଗାଡି ଧକ୍କାରେ ଜଣେ ମୃତ


ବାରିପଦା, ୧୮ ଅଗଷ୍ଟ (ହି.ସ.)- ବାରିପଦା- ଲୁଲୁଙ୍ଗ ରାସ୍ତାର ରଙ୍ଗାମାଟିଆ ନିକଟରେ ଏକ ଅଜଣା ଦ୍ରୁତଗାମୀ ଗାଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରୁହ୍ୟା ସିଂ। ସେ ବାଇକ ଯୋଗେ ରାତିରେ ଫେରୁଥିଲେ। ଏକ ଅଜଣା ବାଇକ ଦ୍ରୁତଗତିରେ ତାଙ୍କୁ ଧକ୍କା ଦେଇଥିଲା। ସେ ଭାରସାମ୍ୟ ହରାଇ ରାସ୍ତାରେ ପଡି ଯାଇଥିଲେ। ଯାହା ଫଳରେ ଜୋରରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ଥାନାରେ ମାମଲା ରୁଜୁ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande