କେନ୍ଦୁଝର, ୧୮ ଅଗଷ୍ଟ (ହି.ସ.)- ଧରଣୀଧର ବିଶ୍ଵବିଦ୍ୟାଳୟ ରସାୟନ ବିଭାଗ ଆନୁକୁଲ୍ୟରେ “ଶକ୍ତି ଓ ପରିବେଶ ” ବିଷୟବସ୍ତୁକୁ ଆଧାର କରି ଏକ ଦ୍ଵିଦିବସୀୟ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସଭାରେମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଆଇ ଏମ ଏମ ଟି ର ନିର୍ଦ୍ଦେଶକ ଡ଼କ୍ଟର ରାମାନୁଜ ନାରାୟଣ। ସେ ତାଙ୍କ ବକ୍ତବ୍ୟ ରେ କହିଲେ ପରିବେଶ ଓ ଶକ୍ତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଓ ଉଭୟ ର ଭାରସାମ୍ୟ ରକ୍ଷା କରିବା ରସାୟନ ବିଭାଗ ର ପ୍ରମୁଖ କର୍ତ୍ତବ୍ୟ ହେବା ଦରକାର। ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଭି ଏସ ଏସ ୟୁ ଟି ବୁର୍ଲା ର ପ୍ରଫେସର ଶରତ କୁମାର ସ୍ବାଇଁ ସେ ତାଙ୍କ ବକ୍ତବ୍ୟ ରେ ପରିବେଶ ସୁରକ୍ଷା କୁ ଗୁରୁତ୍ଵ ଦେଇଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ଡ଼କ୍ଟର ପ୍ରଭୁ ପ୍ରସାଦ ଦାସ ସଭାପତିତ୍ବ କରି ତାଙ୍କ ବକ୍ତବ୍ୟରେ କହିଥିଲେ ବିଶ୍ଵବିଦ୍ୟାଳୟ ବର୍ତ୍ତମାନ ଗବେଷଣା କୁ ଗୁରୁତ୍ଵ ଦେଇ ବିଭିନ୍ନ ଆଲୋଚନା ଚକ୍ରମାନ କରୁଛି ଏହା ଉଭୟ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କର ବୌଦ୍ଧିକ ବିକାଶରେ ସହାୟତା ହୋଇ ପାରିବ। କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦେଇଥିଲେ ଓ ସେ ଯୋଗର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଡ଼କ୍ଟର ଶ୍ରୀଧର ସନ୍ୟାସୀ ସ୍ବାଗତ ଭାଷଣ ଦେଇଥିଲା ବେଳେ ଡ଼କ୍ଟର ଯୋଶବନ୍ତ ନାରାୟଣ ସିଂ ବାବୁ ଆଲୋଚନା ଚକ୍ର ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଅତିଥି ପରିଚୟ ପ୍ରଦାନ କରିଥିଲେଡ଼କ୍ଟର ଡି ଗ୍ରହାଚାର୍ଯ୍ୟ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଡ଼କ୍ଟର ଅନୂପମା ଦାସ।
ହାଇବ୍ରିଡ ମୋଡ ରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଓ ଦେଶବିଦେଶରୁ ବିଷୟ ବିଶେଷଜ୍ଞ ମାନେ ଏଥିରେ ଯୋଗ ଦାନ କରିଥିଲେ। ଯୋଗଦେଇଥିବା ବିଷୟ ବିଶେଷଜ୍ଞ ମାନେ ହେଉଛନ୍ତି ଡ଼କ୍ଟର ସୁବାଷ ଚନ୍ଦ୍ର ମଲ୍ଲିକ, ଡ଼କ୍ଟର ନସିମ କୁମାର ଧଳ, ସୁରେଶ ଚନ୍ଦ୍ର ଖୋଟୋଇ ଓ ଡ଼କ୍ଟର ସୁଚିସ୍ମିତା ଆଚାର୍ଯ୍ୟ (ଟେକ୍ସାସ ୟୁ ଏସ ଏ)। ଆଜି ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡ଼କ୍ଟର ପ୍ରକାଶ ପଲ୍, ଶ୍ରୀମତୀ ରୋନିତା ନାୟକ ତଥା ବିଭାଗ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA