ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ,ବଲାଙ୍ଗୀରର ନୂଆଖାଇ ଭେଟଘାଟ -୨୦୨୫ ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୧୮ ଅଗଷ୍ଟ (ହି.ସ.)- ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼, ଆଦର୍ଶ ପଡା, ବଲାଙ୍ଗୀରର ଚତୁର୍ଥ ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ -୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକର
ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ,ବଲାଙ୍ଗୀରର ନୂଆଖାଇ ଭେଟଘାଟ -୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବଲାଙ୍ଗିର, ୧୮ ଅଗଷ୍ଟ (ହି.ସ.)- ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼, ଆଦର୍ଶ ପଡା, ବଲାଙ୍ଗୀରର ଚତୁର୍ଥ ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ -୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତିରେ ଚଳିତ ବର୍ଷ ଉତ୍ସବ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା ଠାରେ ସେପ୍ଟେମ୍ବର ମାସ ୫ ତାରିଖ ପବିତ୍ର ଗୁରୁ ଦିବସ ଦିନ ଅନୁଷ୍ଠିତ ହେବ । ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ବିଭିନ୍ନ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଓ ଏ ଅଞ୍ଚଳର ପ୍ରତିଭାବାନ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟିର ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ପବିତ୍ର ଗୁରୁ ଦିବସର ମହତ୍ତ୍ବକୁ ଦୃଷ୍ଟିରେ ରଖି ବେଲପଡ଼ା ଦୀନରଘୁ ମେହେର ହାଇ ସ୍କୁଲ୍ ର ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ସମ୍ମାନନୀୟ ତ୍ରିବିକ୍ରମ ମହାକୁଡ଼ଙ୍କୁ ଚଳିତ ବର୍ଷ ଅନୁଷ୍ଠାନର ସର୍ବ ଶ୍ରେଷ୍ଠ ସମ୍ମାନ-୨୦୨୫ ପ୍ରଦାନ କରାଯିବ। ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୦ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରା ଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଡକ୍ଟର ନବକିଶୋର ବେହେରା ତଥା ବେଲପଡ଼ା ପ୍ରତିଷ୍ଠାତା ନାଟ୍ୟ ସମ୍ପାଦକ କାର୍ଯ୍ୟକ୍ରମ ସଂଯୋଜକ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ବୈଦ୍ୟ ଝସକେତନ ଗୁରୁ, ରମାକାନ୍ତ ସାହୁ, ରଘୁନନ୍ଦନ ସିଂହ, ନରେନ୍ଦ୍ର କୁମାର ବେହେରା, ଅମ୍ବରୀଶ କୁମାର ଦାଶ, ଶାନ୍ତନୁ କୁମାର ପୂଜାହାରୀ, ପ୍ରଭାତ କୁମାର ମିଶ୍ର, ମଧୁସୂଦନ ଦାଶ, ରୁକ୍ମଣ ପୋଡ଼, ଶଙ୍କର ଯୁଏଡ, ସେଠ ବୁଢ଼ା ବାହୁକ, ପ୍ରଦୀପ କୁମାର ମିଶ୍ର ଓ ଦେବେଶ ମିଶ୍ର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande