ଆବାସିକ ବିଦ୍ୟାଳୟ ଛାତ୍ରାବାସରୁ ଛାତ୍ର ନିରୁଦ୍ଦିଷ୍ଟ
ଆବାସିକ ବିଦ୍ୟାଳୟ ଛାତ୍ରାବାସରୁ ଛାତ୍ର ନିରୁଦ୍ଦିଷ୍ଟ
ଆବାସିକ ବିଦ୍ୟାଳୟ ଛାତ୍ରାବାସରୁ ଛାତ୍ର ନିରୁଦ୍ଦିଷ୍ଟ


ବାରିପଦା, ୧୮ ଅଗଷ୍ଟ (ହି.ସ.)- ବାରିପଦା ପୌର ପରିଷଦର ତୁଳସୀଚୌରା ସ୍ଥିତ ବିଦ୍ୟା ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରାବାସରୁ ଜଣେ ଛାତ୍ର ନିରୁଦ୍ଦିଷ୍ଟ ହୋଇଛନ୍ତି। ଛାତ୍ର ଜଣକ ହେଲେ ପ୍ରକାଶ ଚନ୍ଦ୍ର ମହାନ୍ତ। ସେ ଉକ୍ତ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ କାହାକୁ କିଛି ନଜଣାଇ କୁଆଡେ ଚାଲି ଯାଇଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅନେକ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନପାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଛାତ୍ରାବାସରୁ ଜଣେ ଛାତ୍ର ନିଖୋଜ ହେବାକୁ ନେଇ କର୍ତ୍ତୃପକ୍ଷଙ୍କ ପ୍ରତି ଆଙ୍କୁଳି ଉଠିଛି। କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଏହା ହୋଇଛି। ଅନ୍ୟପକ୍ଷରେ ଛାତ୍ରାବାସ ପରିସରରେ ସିସିଟିଭିର ବ୍ୟବସ୍ଥା ନଥିବା ପ୍ରିନ୍ସିପାଲ ନିଜେ ସ୍ୱୀକାର କରିଛନ୍ତି। ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କର୍ତ୍ତୃପକ୍ଷଙ୍କ ଏହିପରି କାର୍ଯ୍ୟକଳାପ ପ୍ରତି ଜିଲ୍ଲା ପ୍ରଶାସନ ଯାଞ୍ଚ କରିବାର ନିହାତି ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande