ପୁଣି ଲେଉଟିଲେ ହାତୀପଲ : ଆତଙ୍କିତ ଅଞ୍ଚଳବାସୀ : ବନ କର୍ମଚାରୀଙ୍କ ଅବହେଳା ପାଇଁ ବିପଦରେ ଗ୍ରାମବାସୀ
ଚମ୍ପୁଆ, ୧୮ ଅଗଷ୍ଟ (ହି.ସ.)- ଗତ ମାସ ଚମ୍ପୁଆ ରେଞ୍ଜ ଛାଡି ମୟୁରଭଞ୍ଜର କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିବା ତିରିଶ ଟିକିଆ ହାତୀପଲ ଗତ ରାତିରେ ପୁଣି ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଛନ୍ତି। ହାତୀପଲ ବୈତରଣୀ ନଦୀ ପାର ହୋଇ କେମୁଣ୍ଡିଆ ଗାଁ ମଧ୍ୟ ଦେଇ ଝାଲିଆ ବେଡା ଗାଁ ଜଗଂଲରେ ପ୍ରବେଶ କରିଛନ୍ତି । ହାତୀପ
ଜଙ୍ଗଲରେ ହାତୀ


ଚମ୍ପୁଆ, ୧୮ ଅଗଷ୍ଟ (ହି.ସ.)- ଗତ ମାସ ଚମ୍ପୁଆ ରେଞ୍ଜ ଛାଡି ମୟୁରଭଞ୍ଜର କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିବା ତିରିଶ ଟିକିଆ ହାତୀପଲ ଗତ ରାତିରେ ପୁଣି ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଛନ୍ତି। ହାତୀପଲ ବୈତରଣୀ ନଦୀ ପାର ହୋଇ କେମୁଣ୍ଡିଆ ଗାଁ ମଧ୍ୟ ଦେଇ ଝାଲିଆ ବେଡା ଗାଁ ଜଗଂଲରେ ପ୍ରବେଶ କରିଛନ୍ତି । ହାତୀପଲରେ ୧୨ଟି ମାଈ ହାତୀ ଓ ୧୨ଟି ଦନ୍ତା ହାତୀ ଥିବା ବେଳେ ୬ ଟି ଛୁଆ ହାତୀଥିବା ଜଣାପଡିଛି। ଚମ୍ପୁଆ ରେଞ୍ଜରେ ଦୀର୍ଘଦିନଧରି ଉତ୍ପାତ କରିବା ପରେ ଗତ ଜୁଲାଇ ମାସରେ ଏହି ହାତୀ ପଲ ମୟୁରଭଞ୍ଜ ର କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିଲେ। ଏକମାସ ପରେ ପୁଣି ଲେଉଟି ଆସିଥିବାରୁ ହାତୀପଲକୁ ନେଇ ଆଖପାଖ ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଏହି ହାତୀ ପଲ ପୂର୍ବରୁ ଚମ୍ପୁଆ ରେଞର କାଟୁଳିକନା, ଝାଲିଆବେଡା, ପଦ୍ମପୁର, ଜାଲି, ପଡୁଆ, ନନ୍ଦପୁର, ଟିଆସିପଶି, ବରପଦା, ବର୍ଧନା , ଶସାଙ୍ଗ, ପତଳା, ଟୁଣଟୁଣା, ବରାବାଳିଆ ଆଦି ଗାଁ ରେ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଥିଲେ। ହାତୀ ଘର ଭାଙ୍ଗି କ୍ଷୟକ୍ଷତି କରିବା ଦ୍ୱାରା କିଛି ଲୋକ ବାରଦ୍ଵାର ଶୁଣ୍ଢୀପିଣ୍ଡା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ବନ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ପାଇଁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ହାତୀପଲ ଗାଁ ମୁହାଁ ହେଉଥିବା ବେଳେ ବନ କର୍ମଚାରୀ ମାନେ ଗ୍ରାମବାସୀଙ୍କୁ ହାତୀ ସମ୍ପର୍କିତ ଆଗୁଆ ସୂଚନା ଦେବାକଥା, କିନ୍ତୁ ହାତୀ ଗାଁ ରେ ପଶି କ୍ଷୟକ୍ଷତି କଲେ ମଧ୍ୟ କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ବେଳେ ଗ୍ରାମବାସୀମାନେ ବନ କର୍ମଚାରୀଙ୍କୁ ହାତୀ ସମ୍ପର୍କିତ ଖବର ଦେଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande