ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ ସହ କଲେ ସାକ୍ଷାତ
ନୂଆଦିଲ୍ଲୀ, ୧୮ ଅଗଷ୍ଟ(ହି.ସ.) – ଉପ ରାଷ୍ଟ୍ରପତି ପଦ ପାଇଁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ)ର ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ ସୋମବାର ଦିନ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଧାକୃଷ୍ଣନଙ୍କୁ ଉପ ରାଷ୍ଟ୍ରପତି ପଦର ପ୍ରାର୍ଥୀ ହେବ
ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ ସହ କଲେ ସାକ୍ଷାତ


ନୂଆଦିଲ୍ଲୀ, ୧୮ ଅଗଷ୍ଟ(ହି.ସ.) – ଉପ ରାଷ୍ଟ୍ରପତି ପଦ ପାଇଁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ)ର ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ ସୋମବାର ଦିନ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ରାଧାକୃଷ୍ଣନଙ୍କୁ ଉପ ରାଷ୍ଟ୍ରପତି ପଦର ପ୍ରାର୍ଥୀ ହେବାରୁ ଶୁଭକାମନା ଦେଇଛନ୍ତି। ସେ କହିଛନ୍ତି ଯେ ସାର୍ବଜନିକ ଜୀବନରେ ରାଧାକୃଷ୍ଣନଙ୍କ ଦୀର୍ଘ ଅନୁଭବ ଏବଂ ବିଭିନ୍ନ ଅଂଚଳରେ ତାଙ୍କ ଭୂମିକା ଦେଶ ପାଇଁ ମୂଲ୍ୟବାନ ସିଦ୍ଧ ହେବ। ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ସିପି ରାଧାକୃଷ୍ଣନଙ୍କ ସହିତ ସାକ୍ଷାତ କରିଛନ୍ତି। ତାଙ୍କୁ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ହେବାପରେ ଶୁଭକାମନା ଦେଇଛନ୍ତି। ସାର୍ବଜନିକ ସେବାରେ ତାଙ୍କର ବର୍ଷ ବର୍ଷର ଅନୁଭବ ଏବଂ ବିଭିନ୍ନ ଅଂଚଳରେ ତାଙ୍କ ସକ୍ରିୟତା ଆମର ଦେଶକୁ ଆହୁରି ସମୃଦ୍ଧ ବନାଇବ। ସେ ଏହି ସମର୍ପଣ ଏବଂ ସଂକଳ୍ପ ସହିତ ରାଷ୍ଟ୍ରର ସେବା କରିବେ ଯେପରି ସେ ସବୁସମୟରେ କରିଛନ୍ତି।

ରାଧାକୃଷ୍ଣନ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଆଜି ନୂଆଦିଲ୍ଲୀରେ ଆମର ପ୍ରିୟ ଜନନେତା, ଆମର ଅତ୍ୟନ୍ତ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରି ଧନ୍ୟ ତଥା ସମ୍ମାନୀତ ଅନୁଭବ କରୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande