ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୁଜାତା ମ୍ୟାଡାମ ମତେ ଅବଗତ କରାଇଥିଲେ - ଭକ୍ତ ଦାସ
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୁଜାତା ମ୍ୟାଡାମ ମତେ ଅବଗତ କରାଇଥିଲେ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ଯେ, ଗତ କାଲି ନବୀନ ବାବୁଙ୍କୁ ଦେଖା କରିବାକୁ ମେଡିକାଲ ଯାଇଥିଲି । ନବୀନ ସୁସ୍ଥ ହେଉଥିବା ନେଇ ଡ
ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା     ନେଇ ସୁଜାତା ମ୍ୟାଡାମ ମତେ ଅବଗତ କରାଇଥିଲେ - ଭକ୍ତ ଦାସ


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ନବୀନଙ୍କ

ସ୍ୱାସ୍ଥ୍ୟାବସ୍ଥା ନେଇ ସୁଜାତା ମ୍ୟାଡାମ ମତେ ଅବଗତ କରାଇଥିଲେ ବୋଲି କହିଛନ୍ତି ପିସିସି

ସଭାପତି ଭକ୍ତ ଦାସ । ସେ କହିଛନ୍ତି ଯେ, ଗତ କାଲି ନବୀନ ବାବୁଙ୍କୁ ଦେଖା କରିବାକୁ ମେଡିକାଲ

ଯାଇଥିଲି । ନବୀନ ସୁସ୍ଥ ହେଉଥିବା ନେଇ ଡାକ୍ତରୀ ଦଳ ମତେ କହିଥିଲେ । ଆଇସିୟୁକୁ ଯିବା ପାଇଁ

ଚାହିଁଥିଲି ହେଲେ ଡାକ୍ତର ବାରଣ କରିଥିଲେ । ପ୍ରତି ଘଣ୍ଟାରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ

ବୁଲେଟିନ ଜାରି କରିବା କଥା । କାହିଁକି କରାଯାଉ ନାହିଁ ବୋଲି ଡାକ୍ତରଙ୍କୁ ପ୍ରଶ୍ନ କରିଥିଲି ।

ସୁଜାତାଙ୍କ ପରେ ପାଣ୍ଡିଆନ ଆସି ଵି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କହିଥିଲେ ବୋଲି

କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande