ବଗଲା ଧର୍ମଶାଳା କୁ ନେଇ ଆପ ର ଜିଲ୍ଲପାଳଙ୍କୁ ଦାବିପତ୍ର
ପୁରୀ, ୧୮ ଅଗଷ୍ଟ (ହି.ସ.) - ବଗଲା ଧର୍ମଶାଳା ଗରିବ ତୀର୍ଥଯାତ୍ରୀ, ପର୍ଯ୍ୟଟକ ପାଇଁ ସମର୍ପିତ ହୋଇ ନିର୍ମାଣ କରାଯାଇଥିଲା । ଗତ ସରକାର ସମୟରେ ୬ ଜଣଙ୍କୁ ଏହା ଆବଂଟନ ହେଇଥିଲା । ଏହି ସମୟରେ ବିଜେପି ବିରୋଧ ଦଳ ରେ ଥିବାରୁ ଖୋଦ ସମ୍ବିତ ପାତ୍ର ଯେ କି ବର୍ତମାନ ର ସାଂସଦ ହାଇକୋର୍ଟରେ ମାମଲା ରୁଜୁ କରିଥି
ବଗଲା ଧର୍ମଶାଳା କୁ ନେଇ ଆପ ର ଜିଲ୍ଲପାଳ ଙ୍କୁ ଦାବିପତ୍ର


ପୁରୀ, ୧୮ ଅଗଷ୍ଟ (ହି.ସ.) - ବଗଲା ଧର୍ମଶାଳା ଗରିବ ତୀର୍ଥଯାତ୍ରୀ, ପର୍ଯ୍ୟଟକ ପାଇଁ ସମର୍ପିତ ହୋଇ ନିର୍ମାଣ କରାଯାଇଥିଲା । ଗତ ସରକାର ସମୟରେ ୬ ଜଣଙ୍କୁ ଏହା ଆବଂଟନ ହେଇଥିଲା । ଏହି ସମୟରେ ବିଜେପି ବିରୋଧ ଦଳ ରେ ଥିବାରୁ ଖୋଦ ସମ୍ବିତ ପାତ୍ର ଯେ କି ବର୍ତମାନ ର ସାଂସଦ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହା ପରେ କୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ । ଏହି ମାମଲା ରେ ଖୋଦ ପ୍ରଭାତୀ ପରିଡା ଯେ କି ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି ବର୍ତମାନ ସମୟରେ ସେ ମଧ୍ୟ ଏହି ମାମଲା ରେ ଚୁପ ଅଛନ୍ତି । ବର୍ତମାନ ବଗଲା ରେ ଜଣେ ସେବାୟତ ସେଠାରେ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆମ ଆଦମୀ ପାର୍ଟି ର ପ୍ରଶ୍ନ ଯେ ମାମଲା କୋର୍ଟ ରେ ବିଚାରଧୀନ ଥିବା ବେଳେ କେମିତି ଜଣେ ଅବମାନନା କରି ନିର୍ମାଣ କରୁଛି ଓ ତାକୁ ଜିଲ୍ଲା ପ୍ରଶାସନ ରୋକ କରୁନାହିଁ । ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ଏହା ର ନିର୍ମାଣ ଏପର୍ଯ୍ୟନ୍ତ ଚାଲିବା ଆଶ୍ଚର୍ଯ୍ୟ ଲାଗୁଛି । ସାଂସଦ ଓ ଉପ ମୁଖ୍ୟମନ୍ତ୍ରୀ ଏହି ମାମଲା ରେ ଚୁପ ରହିବାରୁ ଜଣା ପଡୁଛି । ଯେ ବିଜେପି ହାଇକୋର୍ଟକୁ ବି ମାନୁନାହିଁ କୁହାଯାଉଛି । ତେଣୁ ଆମ ଆଦମୀ ପାର୍ଟି ଚେତାବନୀ ଦେଉଛି ଯେ ଯଦି ପ୍ରଶାସନ ଓ ସରକାର ଏହି ନିର୍ମାଣକୁ ବନ୍ଦ ନ କରନ୍ତି ତେବେ ଆମେ ଆଗାମୀ ଦିନରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ । ପୁରୀର ସୁରକ୍ଷା ଓ ଆଇନ ରକ୍ଷା ପାଇଁ ଆମେ ଜୀବନ ଦେବାକୁ ବି ପ୍ରସ୍ତୁତ ଅଛୁ । ଆମର ଯଦି କ୍ଷତି କିଛି ହୁଏ ତେବେ ପ୍ରଶାସନ ଓ ବିଜେପି ସରକାର ଉତରଦାୟୀ ରହିବେ । ଆଜିର ଏହି ଦାବିପତ୍ର ଜିଲ୍ଲପାଳଙ୍କୁ ଦେବା ସମୟରେ ସଂଜୀବ ମହାନ୍ତି, ତପସ୍ୱିନୀ ଜଗଦେବ,ସନ୍ଧ୍ୟା ଦାସ, ସମିନା ନାୟକ, ରମାକାନ୍ତ ସ୍ୱାଇଁ, ରବୀନ୍ଦ୍ର ସାହୁ, ଦେବ ପ୍ରଧାନ, ଅନିଲ ସେନାପତି, ଜନ୍ମେଜୟ ସ୍ୱାଇଁ, ଯୁଧିଷ୍ଠିର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande