ଜନ ବିଶ୍ୱାସ ସଂଶୋଧନ ବିଧେୟକ ଲୋକସଭା ସିଲେକ୍ଟ କମିଟିକୁ ପଠାଗଲା
ନୂଆଦିଲ୍ଲୀ, 18 ଅଗଷ୍ଟ (ହି.ସ.)-ଲୋକସଭାରେ ଜନ ବିଶ୍ୱାସ (ସଂଶୋଧନ) ବିଧେୟକ, 2025 କୁ ବିସ୍ତୃତ ବିଚାର ବିମର୍ଷ ପାଇଁ ଲୋକସଭାର ସିଲେକ୍ଟ କମିଟି ନିକଟକୁ ପଠାଯାଇଛି। ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ଜୀବନ ଓ ବ୍ୟବସାୟକୁ ଆହୁରି ସହଜ କରିବାକୁ ବିଶ୍ୱାସ ଆଧାରିତ
ଜନ ବିଶ୍ୱାସ ସଂଶୋଧନ     ବିଧେୟକ ଲୋକସଭା ସିଲେକ୍ଟ କମିଟିକୁ ପଠାଗଲା


ନୂଆଦିଲ୍ଲୀ, 18 ଅଗଷ୍ଟ (ହି.ସ.)-ଲୋକସଭାରେ ଜନ

ବିଶ୍ୱାସ (ସଂଶୋଧନ) ବିଧେୟକ, 2025 କୁ

ବିସ୍ତୃତ ବିଚାର ବିମର୍ଷ ପାଇଁ ଲୋକସଭାର ସିଲେକ୍ଟ କମିଟି ନିକଟକୁ ପଠାଯାଇଛି। ଏହି ବିଧେୟକର

ଉଦ୍ଦେଶ୍ୟ ହେଉଛି ଜୀବନ ଓ ବ୍ୟବସାୟକୁ ଆହୁରି ସହଜ କରିବାକୁ ବିଶ୍ୱାସ ଆଧାରିତ ଶାସନ ପ୍ରଣାଳୀକୁ

ଉନ୍ନତ କରିବାକୁ ନେଇ ଅପରାଧ ଓ ଅଣଅପରାଧ ଓ ଯୁକ୍ତିସଂଗତ କରିବା ପାଇଁ କିଛି ଅଧିନିୟମରେ

ସଂଶୋଧନ କରିବେ ।

ଏହା ପୂର୍ବରୁ କେନ୍ଦ୍ରୀୟ

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିନ ବିରୋଧୀ ସଦସ୍ୟଙ୍କ ହଂଗାମା ମଧ୍ୟରେ

ଏହି ବିଧେୟକକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଏହି ବିଧେୟକ ବ୍ୟବସାୟ ସୁଗମତା ପାଇଁ ବିଶ୍ୱାସ ଆଧାରିତ ଶାସନକୁ

ବଢ଼ାଇବାରେ ସାହାଯ୍ୟ କରିବ।

ବିଧେୟକ ପ୍ରସ୍ତୁତ କରିବା

ପରେ, ଗୋୟଲ ଏହାକୁ ଲୋକସଭାର ସିଲେକ୍ଟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ

ରଖିଥିଲେ, ଯାହାକୁ ସଦନ ଧ୍ୱନିମତରେ ପାରିତ କରିଥିଲା। ସମିତି ସହିତ ସଂପୃକ୍ତ

ନିୟମ ଓ ସର୍ତ୍ତଗୁଡିକୁ ଲୋକସଭା ଅଧ୍ୟକ୍ଷ ନିର୍ଣ୍ଣୟ କରିବେ। ଏହି କମିଟି ସଂସଦର ଶୀତକାଳୀନ

ଅଧିବେଶନର ପ୍ରଥମ ଦିନ ତାର ରିପୋର୍ଟ ଲୋକସଭାକୁ ପ୍ରଦାନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande