ଭୀଷଣ ଗରମ ସହ ସଂଘର୍ଷ କରୁଛି ସ୍ପେନ, 20 ବଡ ଜଙ୍ଗଲ ନିଆଁକୁ ଆୟତ କରିବାକୁ ଓହ୍ଲାଇଲେ ଯବାନ
ଭିଲାର୍ଦଭୋସ, 18 ଅଗଷ୍ଟ (ହି.ସ.)- ସ୍ପେନରେ ଭୀଷଣ ଗରମ ଯୋଗୁ ରେସକ୍ୟୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏବେ 20ଟି ବଡ଼ ଜଙ୍ଗଲ ଜଳୁଛି। ରବିବାର, ସରକାର ଏହି ପରିସ୍ଥିତି ସମ୍ଭାଳିବା ପାଇଁ ସେନାର ଜରୁରୀକାଳୀନ ଟିମରଚ 500 ଅତିରିକ୍ତ ସେନା ନିୟୋଜିତ କରିଛନ୍ତି। ଉତ୍ତର-ପଶ୍ଚ
ଭୀଷଣ ଗରମ ସହ ସଂଘର୍ଷ     କରୁଛି ସ୍ପେନ, 20 ବଡ ଜଙ୍ଗଲ ନିଆଁକୁ ଆୟତ କରିବାକୁ ଓହ୍ଲାଇଲେ ଯବାନ


ଭିଲାର୍ଦଭୋସ, 18 ଅଗଷ୍ଟ (ହି.ସ.)- ସ୍ପେନରେ ଭୀଷଣ

ଗରମ ଯୋଗୁ ରେସକ୍ୟୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏବେ 20ଟି ବଡ଼ ଜଙ୍ଗଲ ଜଳୁଛି। ରବିବାର, ସରକାର ଏହି ପରିସ୍ଥିତି ସମ୍ଭାଳିବା ପାଇଁ ସେନାର ଜରୁରୀକାଳୀନ ଟିମରଚ

500 ଅତିରିକ୍ତ ସେନା ନିୟୋଜିତ କରିଛନ୍ତି।

ଉତ୍ତର-ପଶ୍ଚିମ ଅଞ୍ଚଳ

ଗାଲିସିଆରେ ଅନେକ ନିଆଁ ମିଶି ଏକ ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଛି। ଏହାର ପରିଣାମ ସ୍ୱରୂପ

ରାଜପଥ ଏବଂ ରେଲସେବା ବନ୍ଦ କରିବାକୁ ପଡ଼ିଛି। ସ୍ପେନର ଜାତୀୟ ପାଣିପାଗ ବୈଜ୍ଞାନିକ ଏଜେନ୍ସି ସତର୍କ

କରିଛି ଯେ କିଛି ଅଞ୍ଚଳରେ ତାପମାତ୍ରା 45 ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ପହଞ୍ଚିପାରେ। ଦକ୍ଷିଣ

ୟୁରୋପ ବର୍ତ୍ତମାନ ଗତ 20 ବର୍ଷରେ ଅତ୍ୟନ୍ତ ଖରାପ ଜଙ୍ଗଲ ନିଆଁ ସହ ସଂଘର୍ଷ କରୁଛି । ଗତ

ସପ୍ତାହରେ ସ୍ପେନରେ 3 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 1.15 ଲକ୍ଷ ହେକ୍ଟେର ଜଙ୍ଗଲ ଜଳିଯାଇଛି।

ପଡ଼ୋଶୀ ପୁର୍ତ୍ତୁଗାଲ୍ ମଧ୍ୟ ବ୍ୟାପକ ଭାବେ ନିଆଁ ସହିତ ପ୍ରଭାବିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande