ଝାରସୁଗୁଡା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଝାରସୁଗୁଡା ବିଧାୟକଙ୍କ ଆଲୋଚନା
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ଝାରସୁଗୁଡା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଲୋଚନା କରିଛନ୍ତି । ଝାରସୁଗୁଡାକୁ ଏକ ଅତ୍ୟାଧୁନିକ ସହର କରିବା ପାଇଁ ,ସବୁ
ଝାରସୁଗୁଡା ସହରର     ସର୍ବାଙ୍ଗୀନ ବିକାଶ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଝାରସୁଗୁଡା ବିଧାୟକଙ୍କ     ଆଲୋଚନା


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ଝାରସୁଗୁଡା

ସହରର ସର୍ବାଙ୍ଗୀନ ବିକାଶ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର

ମହାପାତ୍ରଙ୍କ ସହ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଲୋଚନା କରିଛନ୍ତି । ଝାରସୁଗୁଡାକୁ

ଏକ ଅତ୍ୟାଧୁନିକ ସହର କରିବା ପାଇଁ ,ସବୁଜ

ସୁନ୍ଦର ଝାରସୁଗୁଡା ଗଠନ କରିବା ଆଲୋଚନା ହୋଇଛି ।

ଆଲୋଚନା ପରେ ଝାରସୁଗୁଡା

ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ମ୍ୟୁନିସପାଲିଟି ତରଫରୁ ଯାହା ଯାହା ଦାବି ଜଣାଇଲୁ ତାହାକୁ ମନ୍ତ୍ରୀ ଅନୁମୋଦନ କଲେ । ଅର୍ଥ

ବ୍ୟୟ ବରାଦ ମଧ୍ୟ କଲେ। ଝାରସୁଗୁଡା ସହରକୁ ଆଗାମୀ ୫୦ ବର୍ଷ ପାଇଁ କିପରି ବ୍ୟାପକ ଟାଉନ ପ୍ଲାନ

ସହ ସୁନ୍ଦର ସହର ଗଠନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ମନ୍ତ୍ରୀ ଓ ବିଭାଗୀୟ ସମସ୍ତ ଅଧିକାରୀ

ଉପସ୍ଥିତ ରହି ଉନ୍ନତି ଭବନରେ ଆଲୋଚନା ହୋଇଛି। ଝାରସୁଗୁଡାରେ ଓଡ଼ିଶାର ଦ୍ଵିତୀୟ ବିମାନ ବନ୍ଦରର

ଉନ୍ନତି ହେବାକୁ ଯାଉଛି । ତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ବଡ ସହର ଭାବରେ ପରିଗଣିତ କରିବା

ପାଇଁ ଯାହା ଯାହା ଆବଶ୍ୟକ ସେନେଇ ଆଲୋଚନା ହୋଇଛି। ଆଲୋଚନାରେ ମ୍ୟୁନିସିପାଲିଟିର ଚେୟାରମେନ,ଭାଇସ ଚେୟାରମେନ, କାଉନସିଲର ,ବରିଷ୍ଠ

ନାଗରିକ ମାନେ ଯୋଗ ଦେଇଥିଲେ । ସକାରାତ୍ମକ ଆଲୋଚନା ହୋଇଛି । ଯାହାଦ୍ୱାରା ଝାରସୁଗୁଡ଼ା ସହର ଲାଭାନ୍ୱିତ

ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande