ପିଏମ ମୋଦିଙ୍କୁ ଭେଟି ମଧ୍ୟପ୍ରଦେଶ ଆସିବାକୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ
ନୂଆଦିଲ୍ଲୀ, 18 ଅଗଷ୍ଟ (ହି.ସ.)- ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନ କାର୍ଯ୍ୟାଳୟରେ ଭେଟି କରି ତାଙ୍କୁ ମଧ୍ୟପ୍ରଦେଶ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡ. ଯାଦବ ପ୍ରଧାନମନ୍ତ୍ରୀ
ପିଏମ ମୋଦିଙ୍କୁ ଭେଟି ମଧ୍ୟପ୍ରଦେଶ     ଆସିବାକୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ


ନୂଆଦିଲ୍ଲୀ, 18 ଅଗଷ୍ଟ (ହି.ସ.)- ମଧ୍ୟ

ପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ

ଭବନ କାର୍ଯ୍ୟାଳୟରେ ଭେଟି କରି ତାଙ୍କୁ ମଧ୍ୟପ୍ରଦେଶ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଡ. ଯାଦବ

ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟରେ ଶୀଘ୍ର ହେବାକୁ ଯାଉଥିବା କୃଷକ ସମ୍ମିଳନୀ ଓ ମେଟ୍ରୋ ଟ୍ରେନର

କୋଚ୍ ତିଆରି କରିବାକୁ ନିର୍ମିତ ହେଉଥିବା କାରଖାନାର ଉଦ୍ଘାଟନ କରିବା ପାଇଁ ଅନୁରୋଧ କରିଛନ୍ତି।

ସେ ଏହି ସମ୍ପର୍କରେ ସୋସିଆଲ ମିଡ଼ିଆ ଏକ୍ସରେ ମଧ୍ୟ ଜଣାଇଛନ୍ତି। ସେ ଲେଖିଛନ୍ତି

ଯେ, ସୋମବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଔପଚାରିକ ସାକ୍ଷାତ କରି

ତାଙ୍କର ମାର୍ଗଦର୍ଶନ ପାଇଲି। ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତ୍ୟେକ ସାକ୍ଷାତ ନୂତନ ଉର୍ଜା ଓ

ପ୍ରେରଣା ଦେଇଥାଏ। ଏହି ଅବସରରେ ତାଙ୍କୁ ମଧ୍ୟପ୍ରଦେଶ ଆସିବାକୁ ନିମନ୍ତ୍ରଣ ମଧ୍ୟ ଦେଇଛି।

ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ

ପରେ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ

ବର୍ତ୍ତମାନ ଦ୍ରୁତ ଗତିରେ ଔଦ୍ୟୋଗିକିକରଣ ଚାଲିଛି। ଏହି ଦିଗରେ ସ୍ୱଦେଶୀ ଅଭିଯାନ

ସମଗ୍ର ରାଜ୍ୟରେ ଚାଲୁଛି ଯାହା ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଅଟେ। ସେ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି

ସ୍ୱଦେଶୀ ଅଭିଯାନ ଅନ୍ତର୍ଗତ ଗୁଣାତ୍ମକ ଉତ୍ପାଦନ କରିବା। ଏହା ପାଇଁ ସମସ୍ତଙ୍କୁ ଅଧିକ କାମ

କରିବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଗତ ଦେଢ ବର୍ଷ ଧରି ରାଜ୍ୟରେ ବୃହତ ଔଦ୍ୟୋଗିକ ଅଭିଯାନ ଚାଲିଛି, ଯାହାର ପରିଣାମ ସ୍ୱରୂପ 30 ଲକ୍ଷ କୋଟି ଟଙ୍କାରୁ ଅଧିକ ଏମଓୟୁ

ସ୍ୱାକ୍ଷରିତ ହୋଇଛି ଏବଂ ଏହି ଅଭିଯାନ ଦ୍ୱାରା 21 ଲକ୍ଷ ଲୋକଙ୍କୁ ଚାକିରି ମିଳିପାରିବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ଅନୁସାରେ ରାଜ୍ୟ ସରକାର ଏହି ଦିଗରେ ଲାଗି

ରହିବେ ଓ ନିରନ୍ତର ଉନ୍ନତି ପଥରେ ଅଗ୍ରସର ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande