ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ଏନଡିଏ
ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ସିପି
ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ
ତାଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ସାଂସଦ ଥିବା ସମୟରେ ଏବଂ ବିଭିନ୍ନ ରାଜ୍ୟର ରାଜ୍ୟପାଳ
ଭାବେ ତାଙ୍କ କାର୍ଯ୍ୟଶୈଳୀ ସର୍ବଦା ପ୍ରଶଂସନୀୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା