କିସ୍ତୱାଡ, 18 ଅଗଷ୍ଟ (ହି.ସ.)- ପ୍ରବଳ ବର୍ଷା
ଓ ଦୁର୍ଗମ ଅଞ୍ଚଳର ମୁକାବିଲା କରୁଥିବା ରେସକ୍ୟୁ ଦଳ କିଶ୍ତୱାଡ଼ର ଚଶୋଟି ଗାଁରେ ବାଦଲ ଫାଟିବା
ଘଟଣା ପରେ ରେସକ୍ୟୁ କାର୍ଯ୍ୟକୁ ଜୋରଦାର କରିଛି। ସୋମବାର, ଘଟଣାର ପଞ୍ଚମ ଦିନରେ ମଧ୍ୟ ତଲାଶ ଅଭିଯାନ ଚାଲିଛି ଯାହାର ଉଦ୍ଦେଶ୍ୟ ହେଉଛି ଅଂଶାବଶେଷ ତଳେ
ଅଟକିଥିବା ଲୋକମାନଙ୍କୁ ଖୋଜିବା। ରେସକ୍ୟୁ ଦଳ ଅର୍ଥମୁଭର୍, ସନ୍ଧାନୀ କୁକୁର, ଭାରୀ ମେସିନ ଦ୍ୱାରା ଏହି କାମ କରୁଛନ୍ତି। ମଚେଲ ମାତା ମନ୍ଦିରକୁ ଯିବା
ରାସ୍ତାରେ ଥିବା ଗାଡ଼ି ଯାଇପାରୁଥିବା ଶେଷ ଗାଁ ହେଉଛି ଚଶୋଟି, ଯେଉଁଠାରେ 14 ଅଗଷ୍ଟରେ ବାଦଲ ଫାଟିବା ଘଟଣାରେ 61 ଜଣଙ୍କ ମୃତ୍ୟୁ
ଘଟିଛି। ଏହା ମଧ୍ୟରେ 3 ଜଣ ସିଆଇଏସଏଫ୍ କର୍ମଚାରୀ ଓ ଜଣେ ବିଶେଷ ପୋଲିସ ଅଫିସର୍ ଅଛନ୍ତି। ଏଥିରେ
100 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନୂଆ ତଲିକା ଅନୁଯାୟୀ, ନିଖୋଜ ଲୋକମାନଙ୍କ ସଂଖ୍ୟା ପ୍ରାୟ 50 ରହିଛି।
ବାଦଲ ଫାଟି ହଠାତ୍ ବନ୍ୟା
ପରିସ୍ଥିତି ସୃଷ୍ଟି କରି ବହୁ ପରିମାଣରେ ଧ୍ୱଂସ ଘଟାଇଛି। ଏଥିରେ ଗୋଟିଏ ଅସ୍ଥାୟୀ ବଜାର ଓ
ବାର୍ଷିକ ମଚେଲ ମାତା ଯାତ୍ରା ପାଇଁ ଥିବା ଲଙ୍ଗର ସ୍ଥଳ ପୂର୍ଣ୍ଣରୂପେ ନଷ୍ଟ ହୋଇଛି। 16 ଘର, ସରକାରୀ ଅଫିସ୍ ଭବନ, 3ଟି
ମନ୍ଦିର, 30 ମିଟର ଲମ୍ବା ଗୋଟିଏ ସେତୁ ଓ ଏକ ଡଜନରୁ ଅଧିକ ଗାଡ଼ି ନଷ୍ଟ
ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା