ନୂଆଦିଲ୍ଲୀ, 18 ଅଗଷ୍ଟ (ହି.ସ.)- ବିହାରରେ ଭୋଟର
ତାଲିକାର ବିଶେଷ ଗଭୀର ପୁନରୀକ୍ଷଣ ଏବଂ କଥିତ ଭୋଟ ଚୋରି ବିରୋଧରେ ଆଜି ସଂସଦ ଭବନ ପରିସରରେ ବିରୋଧୀ
ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭର ନେତୃତ୍ୱ କଂଗ୍ରେସ ଅଧ୍ୟକ୍ଷ ଏବଂ
ରାଜ୍ୟସଭାରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ କରିଥିଲେ। ଏଥିରେ ରାଜ୍ୟସଭାରେ କଂଗ୍ରେସର
ଉପନେତା ପ୍ରମୋଦ ତିୱାରୀ, କଂଗ୍ରେସ
ସାଧାରଣ ସମ୍ପାଦକ କେ.ସି. ୱେଣୁଗୋପାଳ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ
ଅଖିଲେଶ ଯାଦବ, ଧର୍ମେନ୍ଦ୍ର ଯାଦବ, ପ୍ରିୟା
ସରୋଜ ଏବଂ ରାଷ୍ଟ୍ରୀୟ ଜନତା ଦଳର ସାଂସଦ ମନୋଜ ଝା ସହିତ ଅନେକ ବିପକ୍ଷ ଦଳର ସାଂସଦମାନେ ସାମିଲ
ହୋଇଥିଲେ ।
ସମସ୍ତ ନେତା ହାତରେ
ବ୍ୟାନର ଓ ପୋଷ୍ଟର ଧରିଥିଲେ, ଯେଉଁଥିରେ ଏସଆଇଆରପ୍ରାତ୍ୟାହାର କର ଏବଂ ଭୋଟ ଚୋରି ବନ୍ଦ କର ଭଳି
ସ୍ଲୋଗାନ ଲେଖାଯାଇଥିଲା। ବିକ୍ଷୋଭ ସମୟରେ ସାଂସଦମାନେ ନିର୍ବାଚନ ଆୟୋଗ ବିରୋଧରେ ସ୍ଲୋଗାନ
ଦେଇଥିଲେ ଏବଂ ବିହାରରେ ଏସଆଇଆରତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା