ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- ଅନୁଗୁଳ
ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି । ତାଙ୍କ
ଘରୁ ନଗଦ 1ଲକ୍ଷ 25ହଜାର ଟଙ୍କା ଜବତ
ହୋଇଛି । ଯନ୍ତ୍ରୀଙ୍କ ୨ଟି କୋଠା, ୨ଟି ଫ୍ଲାଟ୍, ୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ସୁନ୍ଦରଗଡରେ ୩ମହଲା ଓ
ରାଉରକେଲାରେ ୨ମହଲା କୋଠା ଠାବ ହୋଇଛି । ଭୁବନେଶ୍ୱର ଘାଟିକିଆରେ ଯନ୍ତ୍ରୀଙ୍କର ରହିଛି ୨ଟି
ଫ୍ଲାଟ୍ । ଏହାସହିତ ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ ଓ ରାଉରକେଲାରେ ୪ଟି ପ୍ଲଟ୍ ଠାବ ହୋଇଛି । ବ୍ୟାଙ୍କ ଜମା
ରାଶିର ତଦନ୍ତ କରୁଛି ଭିଜିଲାନ୍ସ । ସୋମବାର ସକାଳୁ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ
୮ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା