ଚିଟ୍ ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ
ନୂଆ ଦିଲ୍ଲୀ, ଅଗଷ୍ଟ ୪ (ହି.ସ.)- ଚିଟ୍ ଫଣ୍ଡ ଠକେଇରେ ଦୀର୍ଘ ଦିନ ଧରି ପଳାତକ ଥିବା ଅଭିଯୁକ୍ତ ଶିବକୁମାର ଗଙ୍ଗାଧରନ ଓରଫ ଜି. ଶିବକୁମାରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓଡ଼ିଶାର ଭୁବନେଶ୍ୱରରୁ ଗିରଫ କରିଛି। ଶିବକୁମାର ରାଇଟମ୍ୟାକ୍ସ ଟେକ୍ନୋଟ୍ରେଡ୍ ଇଂଟରନ୍ୟାସନାଲ୍ ଲିମିଟେଡର ନିର୍ଦ୍ଦେଶକ।
ଚିଟ୍ ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ


ନୂଆ ଦିଲ୍ଲୀ, ଅଗଷ୍ଟ ୪ (ହି.ସ.)- ଚିଟ୍ ଫଣ୍ଡ ଠକେଇରେ ଦୀର୍ଘ ଦିନ ଧରି ପଳାତକ ଥିବା ଅଭିଯୁକ୍ତ ଶିବକୁମାର ଗଙ୍ଗାଧରନ ଓରଫ ଜି. ଶିବକୁମାରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓଡ଼ିଶାର ଭୁବନେଶ୍ୱରରୁ ଗିରଫ କରିଛି। ଶିବକୁମାର ରାଇଟମ୍ୟାକ୍ସ ଟେକ୍ନୋଟ୍ରେଡ୍ ଇଂଟରନ୍ୟାସନାଲ୍ ଲିମିଟେଡର ନିର୍ଦ୍ଦେଶକ। ଗିରଫଦାରୀ ଏଡାଇବା ପାଇଁ ସେ ୨୦୧୮ ରୁ ବାରମ୍ବାର ସ୍ଥାନ ପରିବର୍ତନ କରୁଥିଲେ। ସିବିଆଇ ଅନୁଯାୟୀ, ଗିରଫଦାରୀ ପରେ, ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ସିଜେଏମ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଏହି ମାମଲା ୨୦୧୪ ମସିହାରେ ପଞ୍ଜିକୃତ ହୋଇଥିଲା, ଯେଉଁଥିରେ ଶିବକୁମାରଙ୍କ ବିରୁଦ୍ଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ପୁରସ୍କାର ଚିଟ୍ସ ଏବଂ ମନି ସର୍କୁଲେସନ୍ ସ୍କିମ୍ସ (ନିଷିଦ୍ଧ) ଆଇନ, ୧୯୭୮ ଉଲ୍ଲଂଘନ ଅଭିଯୋଗ ରହିଛି। ୨୦୧୯ ମସିହାରେ, ତାଙ୍କୁ କୋର୍ଟ ଦୋଷୀ ଘୋଷଣା କରିଥିଲେ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande