ନୂଆଦିଲ୍ଲୀ, ୬ ଅଗଷ୍ଟ (ହିସ)- ବୁଧବାର ସନ୍ଧ୍ୟାରେ ଲୋଧି ରୋଡସ୍ଥିତ ଦୟାନନ୍ଦ ମୁକ୍ତି ଧାମରେ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପୁଅ କବୀର ଶେଷକୃତ୍ୟ କରିଥିଲେ। ଏହି ଅବସରରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ କୃଷକ ସଂଗଠନର ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ସିଂହ ମଲିକଙ୍କ ପାର୍ôଥବ ଶରୀରକୁ ଆଜି ସକାଳ ୯ ଟାରେ ଶେଷ ଦର୍ଶନ ପାଇଁ ରାମ ମନୋହର ଲୋହିଆ ହସ୍ପିଟାଲରୁ ତାଙ୍କ ବାସଭବନ ଆରକେ ପୁରମ ସୋମ ବିହାରକୁ ନିଆଯାଇଥିଲା। ସକାଳ ୯:୩୦ ରୁ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ଏଠାରେ ମୃତଦେହ ରଖାଯାଇଥିଲା। ଅପରାହ୍ନରେ ଶେଷ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଅପରାହ୍ନ ପ୍ରାୟ ୪:୩୦ ଟାରେ ବୈଦ୍ୟୁତିକ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ