ଧରାଳୀ ବିପର୍ଯ୍ୟୟ : ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ, ଧାମିଙ୍କ ତ୍ରିପୁରା ଗସ୍ତ ସ୍ଥଗିତ
ଡେରାଡ଼ୁନ, ୦୫ ଅଗଷ୍ଟ (ହି.ସ.) - ଉତରାଖଣ୍ଡର ଉତରକାଶୀ ଜିଲ୍ଲାର ହର୍ଷିଲ ଅଂଚଳର ଧରାଲି ଗ୍ରାମରେ ବାଦଲ ଫାଟିବା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫେନ୍ ଯୋଗେ କଥା ହୋଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି । ଏହି ସମୟର
ଧରାଳୀ ବିପର୍ଯ୍ୟୟ : ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ, ଧାମିଙ୍କ ତ୍ରିପୁରା ଗସ୍ତ ସ୍ଥଗିତ


ଡେରାଡ଼ୁନ, ୦୫ ଅଗଷ୍ଟ (ହି.ସ.) - ଉତରାଖଣ୍ଡର ଉତରକାଶୀ ଜିଲ୍ଲାର ହର୍ଷିଲ ଅଂଚଳର ଧରାଲି ଗ୍ରାମରେ ବାଦଲ ଫାଟିବା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫେନ୍ ଯୋଗେ କଥା ହୋଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଧାମି ତାଙ୍କର ତ୍ରିପୁରା ଗସ୍ତ ସ୍ଥଗିତ ରଖିଛନ୍ତି ଏବଂ ତୁରନ୍ତ ଡେରାଡ଼ୁନ ଅଭିମୁଖେ ଯାତ୍ରା କରିଛନ୍ତି ।

ଧରାଲି ଗ୍ରାମରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫୋନ୍ ଯୋଗେ କଥା ହୋଇ ସମ୍ପୂର୍ଣ୍ଣ ସୂଚନା ପାଇଥିଲେ ଏବଂ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ଗୃହମନ୍ତ୍ରୀ ଏନଡିଆରଏଫ ଏବଂ ଅନ୍ୟାନ୍ୟ ରିଲିଫ ଏଜେନସି ଗୁଡ଼ିକୁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବପର୍ଯ୍ୟୟର ଏହି ମୁହୂର୍ତରେ କେନ୍ଦ୍ର ମନ୍ତ୍ରୀ ପ୍ରଭାବିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଧାମି ତାଙ୍କର ତ୍ରିପୁରା ଗସ୍ତ ବାତିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହା ଲଗାତାର ରାଜ୍ୟ ସରକାରଙ୍କ ସମ୍ପର୍କରେ ରହିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ପ୍ରଭାବିତ ଅଂଚଳ ପାଇଁ ତତ୍କାଳ ଆବଶ୍ୟକ ସହାୟତାକୁ ସୁନିଶ୍ଚିତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande