ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)- ଧରୋଲି
ଟ୍ରାଜେଡିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉତରକାଶୀର ଧରୋଲିରେ ହୋଇଥିବା ଏହି
ଟ୍ରାଜେହିରେ ପ୍ରଭାବିତ ଲୋକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଏହାସହିତ ସମସ୍ତ ପୀଡିତଙ୍କ
ମଙ୍ଗଳ କାମନା କରୁଛି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ସହ କଥା ହୋଇ ଘଟଣା ସଂପର୍କରେ ପଚାରି
ବୁଝିଲି । ରାଜ୍ୟ ସରକାରଙ୍କ ତଦାରଖରେ ରେସକ୍ୟୁ ଓ ରିଲିଫ ଟିମ୍ ଯଥାସମ୍ଭବ ପ୍ରୟାସ କରୁଛନ୍ତି ।
ଲୋକଙ୍କ ନିକଟରେ ସହାୟତା ପହଂଚାଇବାରେ ସମସ୍ତ ପଦକ୍ଷେପ ନିଆଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା