ଚଣ୍ଡିଗଡ଼, ୫ ଅଗଷ୍ଟ (ହି.ସ.)- କବୁତରବାଜି ମାମଲାର ତଦନ୍ତ ସହ ଜଡ଼ିତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମଙ୍ଗଳବାର ଅମୃତସର ଏବଂ ଗୁରୁଦାସପୁରରେ ଚଢ଼ଉ କରିଥିଲା । ଏହି ଚଢଉ ଅଭିଯାନ କିଛି ଘଂଟା ଧରି ଚାଲିଥିଲା । ଏହି ସମୟରେ ଏନଆଇଏ ଅଧିକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଲାପଟପ୍ ଇତ୍ୟାଦି ଜବତ କରିଛନ୍ତି ।
ଡଙ୍କି ରୁଟ୍ ଦେଇ ଆମେରିକା ପହଂଚିଥିବା ହରିୟାଣା ଏବଂ ପଞ୍ଜାବର ଅନେକ ଯୁବକଙ୍କୁ ଫେରାଇ ଦିଆଯାଇଥିଲା । ଏହି ଯୁବକମାନଙ୍କ ଫେରିବା ପରେ ଏନଆଇଏ ଏହି ଘଟଣାର ତଦନ୍ତ କରୁଛି । ଏନଆଇଏ ଦଳଗୁଡ଼ିକ ଆଜି ଅମୃତସର ସହରର ଶାସ୍ତ୍ରୀ ନଗର ଏବଂ ଗୁରୁଦାସପୁରର ଫତେଗଡ଼ ଚୁଡ଼ିୟାଂ ଅଂଚଳରେ ଏକ ଘର ଉପରେ ଚଢ଼ଉ କରିଛି । ଏନଆଇଏ ଅଧିକାରୀଙ୍କ ଏକ ଦଳ ଅମୃତସରରେ ବିଶାଳ ଶର୍ମା ନାମକ ଜଣେ ଯୁବକଙ୍କ ଘରେ ଚଢ଼ଉ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ