କୁଲଗାମ, ୫ ଅଗଷ୍ଟ (ହି.ସ.)- ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଦେବସର ଅଂଚଳରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ପଂଚମ ଦିନ ପାଇଁ ଜାରି ରହିଛି । ଏହି ଅଭିଯାନରେ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଦୁଇ ଜଣ ସୈନିକ ଆହତ ହୋଇଥିବା ସୂଚନା ମିଳିଛି ।
ଅଧିକାରୀମାନେ କହିଛନ୍ତି ଯେ, ଶନିବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଅଂଚଳରେ ରାତିସାରା ହୋଇଥିବା ଏନକାଉଂଟରରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏହି ମିଳିତ ଅଭିଯାନ ଭାରତୀୟ ସେନା, ଜମ୍ମୁ ଏବଂ କାଶ୍ମୀର ପୋଲିସ, ସିଆରପିଏଫ ଏବଂ ସ୍ପେଶାଲ ଅପରେସନ ଗ୍ରୁପ୍ (ଏସଓଜି) ଦ୍ୱାରା ପରିଚାଳିତ ହେଉଛି ।
ସେମାନେ କହିଛନ୍ତି ଯେ, କୁଲଗାମର ଅପରେସନ ଅଖଲରେ ସାରା ରାତି ରହି ରହି ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟ ସମୟରେ ସତର୍କ ସୈନିକମାନେ ଯୋଗାଯୋଗ ବଜାୟ ରଖି ଘେରାବନ୍ଦୀକୁ ମଜବୁତ କରିଛନ୍ତି । ସେ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଅଭିଯାନ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ