ୟମନ୍ ଡଙ୍ଗା ଦୁର୍ଘଟଣା, କେବଳ ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର , ୧୪୨ ଜଣଙ୍କ ମୃତ୍ୟୁ
ସନା (ୟମନ୍), ୦୫ ଅଗଷ୍ଟ (ହି.ସ)- ୟମନ୍ ଉପକୂଳରେ ରବିବାର ବୁଡ଼ିଯାଇଥିବା ଡଙ୍ଗାରେ ଥିବା ୧୫୪ ଜଣ ପ୍ରବାସୀ ମଧ୍ୟରୁ କେବଳ ୧୨ ଜଣଙ୍କୁ ରକ୍ଷା କରାଯାଇପାରିଲା। ବାକି ୧୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ସମସ୍ତ ଇଥିଓପିଆରୁ ଆସିଛନ୍ତି। ୟମନ୍ରେ ଜାତିସଂଘର ଆନ୍ତର୍ଜାତ
ୟମନ୍ ଡଙ୍ଗା ଦୁର୍ଘଟଣା, କେବଳ ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର , ୧୪୨ ଜଣଙ୍କ ମୃତ୍ୟୁ


ସନା (ୟମନ୍), ୦୫ ଅଗଷ୍ଟ (ହି.ସ)- ୟମନ୍ ଉପକୂଳରେ ରବିବାର ବୁଡ଼ିଯାଇଥିବା ଡଙ୍ଗାରେ ଥିବା ୧୫୪ ଜଣ

ପ୍ରବାସୀ ମଧ୍ୟରୁ କେବଳ ୧୨ ଜଣଙ୍କୁ ରକ୍ଷା କରାଯାଇପାରିଲା। ବାକି ୧୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ

ହୋଇଛି। ଏହି ସମସ୍ତ ଇଥିଓପିଆରୁ ଆସିଛନ୍ତି। ୟମନ୍ରେ

ଜାତିସଂଘର ଆନ୍ତର୍ଜାତୀୟ ପ୍ରବାସ ସଂଗଠନର ମୁଖ୍ୟ ଅବ୍ଦୁସତ୍ତୋର ଏସୋବ ଏହି ସୂଚନା ଦେଇଛନ୍ତି।ଫ୍ରାନ୍ସର

ଲିଓନ୍ ରୁ ପରିଚାଳିତ 'ଆଫ୍ରିକାନ୍ୟୁଜ୍' ନ୍ୟୁଜ୍ ଚ୍ୟାନେଲର

ଖବର ଅନୁଯାୟୀ, ଏସୋବ କହିଛନ୍ତି ଯେ

ଅଦନର ଖାଡିରେ ହୋଇଥିବା ଏହି ଦୁର୍ଘଟଣାରେ କେବଳ ୧୨ ଜଣଙ୍କୁ ରକ୍ଷା କରାଯାଇପାରିଲା, ଯେତେବେଳେ ବାକି

୧୪୨ ଜଣ ଯାତ୍ରୀଙ୍କୁ ମୃତ ବୋଲି ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ୬୮ ରୁ ଅଧିକ ମୃତଦେହ ଉଦ୍ଧାର

କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମ ୟମନ୍ ର ଖାନଫା ଉପକୂଳରେ ମିଳିଛି।ଅବୟାନ୍ ସୁରକ୍ଷା ନିର୍ଦ୍ଦେଶାଳୟ ଏକ ବିବୃତ୍ତରେ କହିଛି

ଯେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ବ୍ୟାପକ

ସନ୍ଧାନ ଏବଂ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ମିଳିତ ପ୍ରବାସନ କେନ୍ଦ୍ର ରିପୋର୍ଟ

ଅନୁସାରେ ପ୍ରତିବର୍ଷ ହଜାର ହଜାର ପ୍ରବାସୀ (ଏଥିରେ

ଅଧିକାଂଶ ଇଥିଓପିୟାଇ) ଆଫ୍ରିକାର ହର୍ଣ୍ଣରୁ ଲାଲ

ସାଗର ପାର ହୋଇ ୟମନ ହୋଇ ଅମର ଖାଡି ଦେଶଗୁଡ଼ିକରେ କାମ ଖୋଜିବାକୁ ଯାଆନ୍ତି। ସର୍ବାଧିକ

ଯାତ୍ରା କରାଯାଇଥିବା ଏହି ରାସ୍ତାକୁ ସବୁଠାରୁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande