ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)-ରିଲାଏନ୍ସ
ଗ୍ରୁପ୍ ଅଧ୍ୟକ୍ଷ ଅନିଲ୍ ଅମ୍ବାନୀ ବ୍ୟାଙ୍କ ଋଣ ଠକେଇ ମାମଲାରେ ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରବର୍ତ୍ତନ
ନିର୍ଦ୍ଦେଶାଳୟ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ସରକାରୀ ସୂତ୍ର ପକ୍ଷରୁ ଜଣାପଡିଛି ଯେ 17,000
କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସମ୍ବନ୍ଧୀୟ ଚାଲୁଥିବା ତଦନ୍ତ ଅନ୍ତର୍ଗତ ଇଡି ତାଙ୍କୁ
ପଚାରାଉଚରା କରିଛି ।
ଇଡିତାଙ୍କୁ ପଚରା ଉଚରା ପାଇଁ ସମନ୍ ଜାରି କରିଥିଲା, ଯାହା ପରେ ସେ ଆଜି ପ୍ରାୟ 11ଟା ବେଳେ ନୂଆଦିଲ୍ଲୀ ସ୍ଥିତ ଇଡିକାର୍ଯ୍ୟାଳୟରେ ପହଞ୍ଚିଥିଲେ। ସୂତ୍ର ପକ୍ଷରୁ ଜଣାପଡିଛି ଯେ 66 ବର୍ଷ
ବୟସର ଉଦ୍ୟୋଗପତି ଅନିଲ୍ ଅମ୍ବାନୀଙ୍କ ବୟନ ଧନ ଅନିୟମିତତା ନିବାରଣ ଅଧିନିୟମ, 2002 ଅନୁଯାୟୀ ରେକର୍ଡ କରାଯିବ।
ତାଙ୍କୁ ଏହି ସମନ୍ 24
ଜୁଲାଇରେ ମୁମ୍ବାଇରେ ଇଡିଦ୍ୱାରା ତାଙ୍କ ବ୍ୟବସାୟିକ ଗ୍ରୁପର ଅଧିକାରୀଙ୍କ ସହିତ 25 ଜଣ ଏବଂ
50ଟି କମ୍ପାନୀର 35ଟି ଠିକଣାରେ ତଳାସୀ ନେବା ପରେ ଜାରି କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା