ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଓ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସଙ୍କ ମଧ୍ୟରେ ମଙ୍ଗଳବାର ଦିନ
ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଦ୍ୱିପକ୍ଷୀୟ ଆଲୋଚନା ହୋଇଛି । ଏହି ଐତିହାସିକ ଆଲୋଚନାରେ
ଦୁଇ ଦେଶ ତାଙ୍କର ବହୁମୁଖୀ ସମ୍ପର୍କକୁ ‘କୌଶଳତ୍ମକ ଭାଗୀଦାରି’ର ସ୍ତରକୁ ବୃଦ୍ଧି କରିବାକୁ ସମ୍ମତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଓ
ରାଷ୍ଟ୍ରପତି ମାର୍କୋସଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ, ଉଭୟ ନେତା ମିଳିତ ବ୍ୟକ୍ତବ୍ୟ ଦେଇଥିଲେ ଓ ଏହି ସମୟରେ ବିଭିନ୍ନ
ଚୁକ୍ତିନାମାର ବିନିମୟ ହୋଇଥିଲା।
ଏହି ଆଲୋଚନା ସମୟରେ
ଡିଜିଟାଲ୍ ପ୍ରଯୁକ୍ତି, ବିଜ୍ଞାନ, ପ୍ରତିରକ୍ଷା, ଅନ୍ତରିକ୍ଷ, ପର୍ଯ୍ୟଟନ, ସାଂସ୍କୃତିକ ବିନିମୟ, ବ୍ୟବସାୟ ଓ ସାମୁଦ୍ରିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ
ଚୁକ୍ତିନାମା ଓ ଘୋଷଣା ପ୍ରତି ଏକମତ ହୋଇଛି।
କୌଶଳତ୍ମକ ଭାଗୀଦାରି
ସ୍ଥାପନ କରିବା ଉଦ୍ଦେଶ୍ୟରେ ସଂଯୁକ୍ତ ଘୋଷଣାପତ୍ର, ଦୁଇ ଦେଶର ସେନା ମଧ୍ୟରେ ଷ୍ଟାଫ୍ ଟକ୍ସ୍ ର ରୂପରେଖ, ବିଜ୍ଞାନ ଓ
ପ୍ରଯୁକ୍ତି ଓ ପର୍ଯ୍ୟଟନ ସହଯୋଗ କାର୍ଯ୍ୟକ୍ରମ (୨୦୨୫-୨୦୨୮), ମହାକାଶ ଓ ଡିଜିଟାଲ୍ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ, ଓ ଅପରାଧିକ ମାମଲାରେ ଆଇନଗତ ସହଯୋଗ ଓ ଦଣ୍ଡ ପାଇଥିବା
ବ୍ୟକ୍ତିମାନଙ୍କ ବିନିମୟ ସନ୍ଧି ସାମିଲ ରହିଛି ।
ଭାରତ ଏକ ବର୍ଷର ଅବଧି
ପାଇଁ ଫିଲିପାଇନ୍ସ ନାଗରିକଙ୍କୁ ନିଶୁଳ୍କ ଇ-ଟୁରିଷ୍ଟ ଭିସା ସୁବିଧା ପ୍ରଦାନ କରିବାର ଘୋଷଣା
କରିଛି। ଏହାସହିତ, ଗୋଟିଏ
ପାଇଲଟ୍ ପ୍ରକଳ୍ପ ଅନ୍ତର୍ଗତ ଫିଲିପାଇନ୍ସର ସଂପ୍ରଭୁତା ସୂଚନା କ୍ଲାଉଡ୍ ଗଠନରେ ଭାରତ ସହଯୋଗ
କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦେଶ 75ତମ ବାର୍ଷିକୀ ପାଳନ ଅବସରରେ ଏକ ସଂଯୁକ୍ତ ଡାକ
ଟିକେଟ୍ ଜାରି କରିବାକୁ ଯୋଜନା କରିଛନ୍ତି। ସୂଚନା ସଂଲୟନ କେନ୍ଦ୍ର – ହିନ୍ଦ୍ ମହାସାଗର ଅଞ୍ଚଳରେ ଅଂଶଗ୍ରହଣ ପାଇଁ ଫିଲିପାଇନ୍ସକୁ ନିମନ୍ତ୍ରଣ
ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା