ଟନକପୁର, 5 ଅଗଷ୍ଟ (ହି.ସ.)-କୈଳାସ
ମାନସରୋବର ତୀର୍ଥଯାତ୍ରାକୁ ଯିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଚତୁର୍ଥ ଦଳ ମଙ୍ଗଳବାର ଦିନ ସ୍ଥାନୀୟ
କେଏମଭିଏନଗେଷ୍ଟ୍ ହାଉସରୁ ବାହାରିଛନ୍ତି । ପରିବେଶ ସଂରକ୍ଷଣ ସମିତିର ଦୀପା ଦେବୀ ଓ ଲାୟନ୍ସ କ୍ଲବ୍
ଟନକପୁରର ଅଧ୍ୟକ୍ଷ ଅନୁରାଗ ଅଗ୍ରୱାଲ୍ ଶ୍ରଦ୍ଧାଳୁମାନଙ୍କ ଏହି ଯାତ୍ରା ଦଳକୁ ସବୁଜ ପତାକା
ଦେଖାଇ ପ୍ରସ୍ଥାନ କରାଇଛନ୍ତି ।
ଏହି ଅବସରରେ ଲାୟନ୍ସ
କ୍ଲବ୍ ଅଧ୍ୟକ୍ଷ ଅନୁରାଗ ଅଗ୍ରୱାଲ୍ କହିଛନ୍ତି ଯେ ଏହି ଯାତ୍ରା କେବଳ ଜଣେ ଯାତ୍ରୀର ଯାତ୍ରା
ନୁହେଁ,
ବରଂ ଏହା ନିଜେ ଶିବଙ୍କ ସହିତ ଯୋଡି ହେବା । ଯେଉଁମାନେ ଏହି ଯାତ୍ରା
ପାଇଁ ଚୟନ ହୋଇଛନ୍ତି, ସେମାନେ ବାସ୍ତବରେ ଭାଗ୍ୟଶାଳୀ। ଏହି ତୀର୍ଥଯାତ୍ରା ଆରମ୍ଭ କରାଯିବା ପାଇଁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ତାଙ୍କର
ଚେଷ୍ଟାରେ ଟନକପୁରକୁ ଜାତୀୟ ଧାର୍ମିକ ଗୁରୁତ୍ୱ ମିଳିଛି । ଏହି ବ୍ୟାଚରେ 15 ରାଜ୍ୟରୁ 48ଜଣ
ଶ୍ରଦ୍ଧାଳୁ କୈଳାସ ମାନ ସରୋବାର ଯାତ୍ରା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା