ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦିଲ୍ଲୀରେ ବିୟୋଗ
ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)-ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କର ମଙ୍ଗଳବାର ଦିନ ଡ. ରାମମନୋହର ଲୋହିଆ ହସ୍ପିଟାଲ୍‌ରେ ପରଲୋକ ହୋଇଛି । ସେ ୭୯ ବର୍ଷ ବୟସର ଥିଲେ ଏବଂ ମେ ୧୧ରୁ ହସ୍ପିଟାଲରେ ଭର୍ତ୍ତି ଥିଲେ, ତାଙ୍କର ଅବସ୍ଥା ଗୁରୁତର ଥିଲା। ମଲିକ ଜମ୍ମୁ-କଶ
ଜମ୍ମୁ କଶ୍ମୀରର ପୂର୍ବତନ     ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦିଲ୍ଲୀରେ ବିୟୋଗ


ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)-ଜମ୍ମୁ-କଶ୍ମୀରର

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କର ମଙ୍ଗଳବାର ଦିନ ଡ. ରାମମନୋହର ଲୋହିଆ ହସ୍ପିଟାଲ୍‌ରେ

ପରଲୋକ ହୋଇଛି । ସେ ୭୯ ବର୍ଷ ବୟସର ଥିଲେ ଏବଂ ମେ ୧୧ରୁ ହସ୍ପିଟାଲରେ ଭର୍ତ୍ତି ଥିଲେ, ତାଙ୍କର ଅବସ୍ଥା ଗୁରୁତର ଥିଲା। ମଲିକ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା

ସମୟରେ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଓ ୩୫ଏ କୁ ସମାପ୍ତ କରିଥିଲେ। ଏହା ଏକ

ସଂଯୋଗ ଯେ ସେ ୫ ଅଗଷ୍ଟ ଦିନରେ ହିଁ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଡ. ରାମମନୋହର ଲୋହିଆ

ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ଯେ, ସତ୍ୟପାଲ ମଲିକ ଦ୍ୱିପ୍ରହର 1:12 ମିନିଟ ସମୟରେ ଅନ୍ତିମ ନିଶ୍ୱାସ

ତ୍ୟାଗ କରିଛନ୍ତି । ତାଙ୍କୁ ଗୁରୁତର ମୂତ୍ରପଥ ସଂକ୍ରମଣ (ୟୁରିନେରୀ ଟ୍ରାକ୍ଟ ଇନଫେକ୍ସନ୍) ଓ କିଡନୀ

ଫେଲୁଅରର ଜଟିଳତା ସହିତ ଆଇସିୟୁରେ ରଖାଯାଇଥିଲା। ସେ ଦୀର୍ଘସମୟ ଧରି ଡାଇବେଟିଜ୍ (ମଧୁମେହ), କିଡନୀ ରୋଗ, ଉଚ୍ଚ ରକ୍ତଚାପ, ଅତ୍ୟଧିକ ମେଦବହୁଳତା ଓ ଅବସ୍ଟ୍ରକ୍ଟିଭ୍ ସ୍ଲିପ୍ ଏପ୍ନିଆ ଭଳି ଅନେକ

ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande