ଫୁଲବାଣୀ ରେ ବାଇକ୍ ପାଟ୍ରୋଲିଂ ଆରମ୍ଭ କଲା କନ୍ଧମାଳ ପୋଲିସ : ସାଧାରଣ ଅଭିଯୋଗ ଓ ସୂଚନା ପାଇଁ ଅତି ଶିଘ୍ର ଲୋକାର୍ପିତ ହେବ ବାରକୋଡ଼
Bike patroling team in Phulbani area
ଫୋଟ


କନ୍ଧମାଳ, ୭ ଅଗଷ୍ଟ (ହି.ସ.)- ଫୁଲବାଣୀରେ ଦିନକୁ ଦିନ ଅପରାଧ, ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ, ଗଞ୍ଜେଇ ଚୋରାଚାଲାଣ ଓ ବିଦ୍ଯାଳୟ ସବୁ ଖୋଲିବା ଓ ଛୁଟି ବେଳେ ରୋଡ୍ ରୋମିଓଙ୍କ ପ୍ରଦୁର୍ଭାବ ବଢିବାରେ ଲାଗିଛି। ଏଥିପାଇଁ ପୋଲିସ୍ ପାଖରେ ଚାରିଚକିଆ ପାଟ୍ରୋଲିଂ ଗାଡି ରହିଥିଲେ ମଧ୍ୟ, ସହରର ଗଳିକନ୍ଦିରେ ପଶି ଏହିସବୁ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା କଷ୍ଟକର ହୋଇଥାଏ। ସେଥିପାଇଁ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏହାର ମୁକାବିଲା କରିବା ପାଇଁ ଏକ ବାଇକ୍ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ତିନିଟି ବାଇକ୍ ରହିଛି। ଏହି ଟିମ୍ତି ରେ ନିଜଣ ଦାୟିତ୍ଵ ସମ୍ପର୍ଣ୍ଣ ଅଧିକାରୀ ଅଛନ୍ତି। ଏଥିପାଇଁ ଇ ବିଟ୍ ଜରିଆରେ ସୂଚନା ର ଆଦାନ ପ୍ରଦାନର ବ୍ୟବସ୍ଥା ହୋଇଛି। ଏହି ଟିମ୍ ପ୍ରତ୍ଯେକ ଦିନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବା ଆସିବା ବେଳେ ତଥା ସହରର କିଛି ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ କରିବ ବୋଲି କନ୍ଧମାଳ ଏସପି ଶ୍ରୀ ହରିଶ୍ ବି ସି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଅତି ଶିଘ୍ର, ସାଧାରଣ ଲୋକଙ୍କ ପୋଲିସ ନିକଟରେ ସେମାନ ଅଭିଯୋଗ ଓ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ପାଇଁ ଏକ ଆପ ପ୍ରସ୍ତୁତ କରି ଏହାର ବାରକୋଡ଼ ପୋଲିସ୍ ଜାରି କରିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏସପି। ଏହା ଦ୍ବାରା ଲୋକମାନେ ପୋଲିସ୍ ନିକଟରେ ନ ପହଞ୍ଚି ମଧ୍ୟ ଲୋକେ ସିଧାସଳଖ ଏସପିଙ୍କୁ ସେମାନଙ୍କ ଜଣାଇବେ ଏବଂ ପୋଲିସ୍ ସେମାନଙ୍କ ଅଭିଯୋଗ ଓ ସୂଚନା ମୁତାବକ ପଦକ୍ଷେପ ନେବ ବୋଲି କହିଛନ୍ତି। ଏହାଦ୍ବାରା ଫୁଲବାଣୀ ସହରର ଅଧିକାଂଶ ଅପରାଧ ନିୟନ୍ତ୍ରଣ ସମ୍ଭବ ହେବ ବୋଲି ଆଶା ବ୍ଯକ୍ତ କରିଛନ୍ତି ଏସପି।

ଏହି ଅବସରରେ ତାଙ୍କ ସହିତ ଫୁଲବାଣୀ ଏସଡିପିଓ ଶୁଭ୍ରଜିତ୍ ବିଶ୍ଵାଳ ଓ ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ସ୍ବରୁପ କିଶାନ୍ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande