କାବୁଲ, ୧ ସେପ୍ଟେମ୍ବର (ହି.ସ.)- ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି । ଯାହାର ଝଟକା ପାକିସ୍ତାନ ଏବଂ ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଗତ ରାତି ୧୨ଟା ୪୭ ମିନିଟ୍ ୪୧ ସେକେଣ୍ଡରେ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ କାବୁଲ ଠାରୁ ୧୪୬ କି.ମି. ପୂର୍ବରେ ଏବଂ ଭୂପୃଷ୍ଠରୁ ୧୬୦ କି.ମି. ଗଭୀରରେ ରହିଥିଲା । ଯେଉଁଠାରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଅନ୍ୟପକ୍ଷରେ ପାକିସ୍ତାନର ପେଶାୱର, ଇସଲାମାବାଦ ଏବଂ ଭାରତର ଦିଲ୍ଲୀ ଏନସିଆର, ଜମ୍ମୁ ଏବଂ କାଶ୍ମୀରରେ ମଧ୍ୟ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ସମ୍ପର୍କିତ ଏହି ସୂଚନା ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ