ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ
ସମ୍ବଲପୁର, ୩୧ ଅଗଷ୍ଟ (ହି.ସ.) - ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବ୍ୟାଡ଼ମିଂଟନ ହଲ ଠାରେ ୯ବର୍ଷ, ୧୧ବର୍ଷ, ୧୩ ବର୍ଷ, ୧୫ବର୍ଷ ଓ ୧୯ ବର୍ଷରୁ କମ୍ ବର୍ଗର ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଂଟନ ପ୍ରତିଯୋଗିତା ଇତିମଧ୍ୟରେ ଉଦଯାପିତ ହୋଇଯାଇଛି । ଗତ ଅଗଷ୍ଟ ୨୯ ତାରିଖ ଦିନ ସମ୍ବଲପ
ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ  ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ


ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ  ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ


ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ  ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ


ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ  ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ


ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ  ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ


ଜିଲ୍ଲାସ୍ତରୀୟ ମିନି, ସବ୍ ଜୁନିଅର ଓ ଜୁନିଅର ବର୍ଗରେ  ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ


ସମ୍ବଲପୁର, ୩୧ ଅଗଷ୍ଟ (ହି.ସ.) - ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବ୍ୟାଡ଼ମିଂଟନ ହଲ ଠାରେ ୯ବର୍ଷ, ୧୧ବର୍ଷ, ୧୩ ବର୍ଷ, ୧୫ବର୍ଷ ଓ ୧୯ ବର୍ଷରୁ କମ୍ ବର୍ଗର ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଂଟନ ପ୍ରତିଯୋଗିତା ଇତିମଧ୍ୟରେ ଉଦଯାପିତ ହୋଇଯାଇଛି ।

ଗତ ଅଗଷ୍ଟ ୨୯ ତାରିଖ ଦିନ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ ୩ ଦିନ ହେଲା ଚାଲିଥିବା ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଅତିରିକ୍ତ ତହସିଲଦାର ପ୍ରତାପ ଶଙ୍କର ଦାସ, ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ପୂର୍ବତନ ଖେଳାଳି ସୁବାଶିଷ ସରକାର, ଜଗଦୀଶ ପଟେଲ, ନାରାୟଣ ଦୋରା, ଓଡିଶା ବ୍ୟାଡ଼ମୀଣ୍ଟନ ସଂଘ ତଥା ସମ୍ବଲପୁର ବ୍ୟାଡ଼ମିଂଟନ ସଂଘର ସମ୍ପାଦକ ଲିଲିନ କୁମାର, ସଭାପତି ହୃଦାନନ୍ଦ ନାୟକ, ଝାରସୁଗୁଡା ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ର ସମ୍ପାଦକ ଶୁଭମ ଶର୍ମା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ କ୍ଷ ରାଷ୍ଟ୍ରୀୟ ସ୍ତରୀୟ ବ୍ୟାଡ଼ମିଂଟନ ଅମ୍ପାୟାର ଟିକେଶ୍ୱର ସାହୁଙ୍କର ସଂଯୋଜନା ରେ ଆୟୋଜିତ ଏହି ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥିମାନେ ଶିଶୁ ବୟସ ହିଁ ପ୍ରତିଭା ବିକାଶ ରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ କ୍ଷ ଆହୁରି ମଧ୍ୟ କହିଥିଲେ ଯେ, ଛୋଟ ବୟସରୁ କଠିନ ପରିଶ୍ରମ ଓ ନିଷ୍ଠା ର ସହ ଖେଳ ପ୍ରତି ଅନୁରାଗ ରଖିଲେ, ନିଶ୍ଚିତ ଭାବରେ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ । ଅତିଥି ମାନେ ମ୍ୟାଚ ଗୁଡିକ ଦେଖିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ର ସାଙ୍ଗଠନିକ ସମ୍ପାଦକ ତଥା ଏହି ପ୍ରତିଯୋଗିତାର ଦାୟିତ୍ୱରେ ଥିବା ଅଭିଷେକ ବିଶ୍ୱାସ ଓ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ ପ୍ରମୁଖ ଏହି ପ୍ରତିଯୋଗିତାକୁ ସଂଚାଳନ ର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏହି ପ୍ରତିଯୋଗିତା ର ବିଜେତା ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ କ୍ଷ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ବ୍ୟାଡ଼ମିଂଟନ ପ୍ରତିଯୋଗିତା ରେ ବିଭିନ୍ନ ବର୍ଗରେ ଜିଲ୍ଲା ର ୨୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ, ପ୍ରତିଯୋଗିତାକୁ ରାଜ୍ୟ ବ୍ୟାଡ଼ମିଂଟନ ସଂଘ ର ଅମ୍ପାୟାର ସୂର୍ଯ୍ୟ ପାଣିଗ୍ରାହୀ, ବବଲୁ ସାହୁ, ନୀଳାଂଚଳ ସେଠି, ଟିକେଶ୍ୱର ସାହୁ, ମଣି ବେଜି ଓ ହେମନନ୍ଦ ଥପା ଙ୍କ ଦ୍ୱାରା ପରିଚାଳନା କରିଥିଲେ । ସର୍ବମୋଟ ପାଂଚୋଟି ବୟସ ବର୍ଗରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ସିଙ୍ଗିଲ୍ସ, ଡବଲ୍ସ, ମିକ୍ସଡ଼ ଡବଲ୍ସ ରେ ମ୍ୟାଚ ଗୁଡିକ ଖେଳାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande