ମୁମ୍ବାଇ, ୩୧ ଅଗଷ୍ଟ(ହି.ସ.) – ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆଗକୁ ଆସିଛି। ଛୋଟ ପର୍ଦ୍ଦାର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ପ୍ରିୟା ମରାଠେ ଏବେ ଆମ ମଝିରେ ରହିଲେ ନାହିଁ। ୩୧ ଅଗଷ୍ଟ ୨୦୨୫ରେ ୩୮ ବର୍ଷ ବୟସରେ ସେ ମୁମ୍ବାଇର ମୀରା ରୋଡ଼ ସ୍ଥିତ ନିଜ ଘରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରିୟା ମରାଠେ ଲମ୍ବା ସମୟ ହେଲା କ୍ୟାନ୍ସର ପରି ଗମ୍ଭୀର ରୋଗରେ ପଡ଼ିଥିଲେ। ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା। ନିକଟରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତି ମଧ୍ୟ କରାଯାଇଥିଲା। ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଯାଇ ପାରିନଥିଲା ଏବଂ ଶେଷରେ ସେ ଦୁନିଆକୁ ଛାଡ଼ି ଯାଇଥିଲେ। ତାଙ୍କ ମୃତ୍ୟୁର ଖବର ପୁରା ଟିଭି ଇଣ୍ଡଷ୍ଟ୍ରି ଏବଂ ତାଙ୍କ ସମର୍ଥକଙ୍କୁ ଗଭୀର ମାନସିକ ଅଶାନ୍ତି ମଧ୍ୟରେ ଥିଲେ।
ପ୍ରିୟା ମରାଠେ ନିଜ କ୍ୟାରିୟର ଆରମ୍ଭ ମରାଠୀ ଟିଭି ସୋ’ ଚାରି ଦିବସ ସାସୁଚେରୁ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ପ୍ରତିଭା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହାପରେ ସେ ଏକତା କପୁରଙ୍କ ଜଣାଶୁଣା ଧାରାବାହିକ ‘କସମ୍ ସେ’ରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ କାମର ବହୁତ ପ୍ରଶଂସା ହୋଇଥିଲା। କିନ୍ତୁ ଦର୍ଶକଙ୍କ ମଧ୍ୟରେ ପ୍ରକୃତ ପରିଚୟ ତାଙ୍କୁ ଅଙ୍କିତା ଲୋଖଣ୍ଡେଙ୍କ ଲୋକପ୍ରିୟ ସୋ ‘ପବିତ୍ର ରିସ୍ତା’ରୁ ମିଳିଥିଲା। ଏହି ଧାରାବାହିକରେ ସେ ଅଭିନୟ କରିଥିବା ଚରିତ୍ର ତାଙ୍କୁ ଘରେ ଘରେ ପରିଚିତି ଆଣିଦେଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି