ନୂଆଦିଲ୍ଲୀ, 1 ସେପ୍ଟେମ୍ବର
(ହି.ସ)-ସଙ୍ଘାଇ ସହଯୋଗ ସଂଗଠନ (ଏସସୀଓ) ଶିଖର ସମ୍ମିଳନୀରେ ଭାଗ ନେବା ପୁର୍ବରୁ
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିରପୁତିନ ମଧ୍ୟରେ ଗର୍ମଜୋଶୀ ସହ ବୈଠକ ହୋଇଛି।ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରି
ବନ୍ଧୁତା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗମଧ୍ୟ ଉପସ୍ଥିତ ଥିଲେ।ଏହି ବୈଠକ ଭାରତ-ରୁଷ ସମ୍ପର୍କର
ଶକ୍ତିକୁ ଦର୍ଶାଉଛି।ପ୍ରଧାନମନ୍ତ୍ରୀ ମୋଦୀ ଆଜି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଙ୍କ
ସହିତ ଶିଖର ସମ୍ମିଳନୀ ଅବସରରେ ଭେଟିବେ ଯେଉଁଥିରେ ପ୍ରାୟ 45 ମିନିଟ ଉଭୟ ନେତା ପାରସ୍ପରିକ ଏବଂ
ଆଞ୍ଚଳିକ ସ୍ୱାର୍ଥ ସମ୍ବନ୍ଧରେ ଆଲୋଚନା କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା