ନୂଆଦିଲ୍ଲୀ, ୧୦ ସେପ୍ଟେମ୍ବର (ହି.ସ.)- କଂଗ୍ରେସ ମହାସଚିବ ଜୟରାମ
ରମେଶ ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଦେଶର
ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ମଧ୍ୟ ମନେ ପକାଇଛନ୍ତି।
ରମେଶ ସୋସିଆଲ
ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ କଂଗ୍ରେସ
ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଉଛି, ଯିଏ ରାଜ୍ୟସଭାର
ଅଧ୍ୟକ୍ଷ ପଦ ମଧ୍ୟ ଗ୍ରହଣ କରିବେ। ସେ ଡକ୍ଟର ରାଧାକୃଷ୍ଣନଙ୍କ ୧୬ ମଇ ୧୯୫୨ରେ ରାଜ୍ୟସଭାର
ଉଦଘାଟନ ସମୟରେ ଭାଷଣ ଉଲ୍ଲେଖ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା