କାଲି ପ୍ରଧାନମନ୍ତ୍ରୀଙ୍କ ଉତର ପ୍ରଦେଶ ଓ ଉତରାଖଣ୍ଡ ଗସ୍ତ
ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୧ରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ଗସ୍ତ କରିବେ। ବାରାଣସୀରେ ସେ ମରିସସର ପ୍ରଧାନମନ୍ତ୍ରୀ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ଆତିଥ୍ୟ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଡେରାଡୁନ ଯିବ
କାଲି ପ୍ରଧାନମନ୍ତ୍ରୀଙ୍କ     ଉତର ପ୍ରଦେଶ ଓ ଉତରାଖଣ୍ଡ ଗସ୍ତ


ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ସେପ୍ଟେମ୍ବର ୧୧ରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ଗସ୍ତ କରିବେ। ବାରାଣସୀରେ ସେ ମରିସସର

ପ୍ରଧାନମନ୍ତ୍ରୀ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ଆତିଥ୍ୟ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଡେରାଡୁନ

ଯିବେ ଓ ସନ୍ଧ୍ୟା ସମୟରେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ କ୍ଷେତ୍ରର ଆକାଶମାର୍ଗରୁ ସର୍ବେକ୍ଷଣ

କରିବେ। ସର୍ବେକ୍ଷଣ ପରେ ସେ ଅଧିକାରୀମାନଙ୍କ ସହ ଏକ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା

କରିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ

ଅନୁଯାୟୀ, ବାରଣାସୀ ସିଖର ସମ୍ମିଳନୀ ଭାରତ ଓ ମରିସସ ମଧ୍ୟରେ ପାରସ୍ପରିକ

ସମୃଦ୍ଧି, ସ୍ଥାୟୀ ବିକାଶ ଓ ଏକ ସୁରକ୍ଷିତ ଏବଂ ସମାବେଶମୂଳକ ଭବିଷ୍ୟତ ପାଇଁ

ସାଂଘିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ ସାବ୍ୟସ୍ତ ହେବ।

ମରିସସର ପ୍ରଧାନମନ୍ତ୍ରୀ ଡା.

ରାମଗୁଲାମ ୯-୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତର ରାଜକୀୟ ଗସ୍ତରେ ଅଛନ୍ତି। ଦ୍ୱିପାକ୍ଷିକ

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ମରିସସ ସମକକ୍ଷ ସହ ଦୁଇ ଦେଶ ମଧ୍ୟରେ ସହଯୋଗର ସମୀକ୍ଷା

କରିବେ। ଏଥିରେ ବିକାଶ ଅନୁଷ୍ଠାନ ଓ ଦକ୍ଷତା ଗଠନ ଉପରେ ବିଶେଷ ଧ୍ୟାନ ଦିଆଯିବ। ସେ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି, ଶକ୍ତି, ଭିତ୍ତିଭୂମି ସହିତ ନବୀକରଣଯୋଗ୍ୟ ଶକ୍ତି, ଡିଜିଟାଲ୍

ସାର୍ବଜନୀନ ଢାଞ୍ଚା ଓ ବ୍ଲୁ ଇକନୋମି ଭଳି ଉଦୀୟମାନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସୁଯୋଗ

ବିଷୟରେ ମଧ୍ୟ ଆଲୋଚନା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande