ଫତେହାବାଦ, 10 ସେପ୍ଟେମ୍ବର (ହି.ସ.)- ହରିୟାଣାର
ଫତେହାବାଦ ଜିଲ୍ଲାର କୁମ୍ହାରିଆ ଗାଁର ଦୁଇ ଯୁବକ, ଅଙ୍କିତ ଜାଙ୍ଗଡ଼ା (୨୩) ଓ ବିଜୟ ପୁନିଆ (୨୫), ଅଧ୍ୟୟନ ଭିସାରେ ରୁଷ ଯାଇଥିଲେ, କିନ୍ତୁ ଧୋକାରେ ସେଠାରେ ତାଙ୍କୁ ରୁଷୀ ସେନାରେ ଭର୍ତ୍ତି କରି,
ୟୁକ୍ରେନ୍ ସୀମା ଥିବା ଯୁଦ୍ଧ କ୍ଷେତ୍ରକୁ ପଠାଯାଇଛି।
ଉଭୟ ଯୁବକ ଭିଡିଓ ଓ ହ୍ୱାଟସଆପକଲ୍ ମାଧ୍ୟମରେ ଭାରତ ସରକାରଙ୍କୁ ସହଯୋଗ ପାଇଁ ଆବେଦନ
କରିଛନ୍ତି। ତାଙ୍କର ପରିବାରଜନମାନେ ଜିଲ୍ଲା କଲେକ୍ଟର ଓ ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କୁ ସହିତ
ଭେଟି ଦୁଇ ଯୁବକଙ୍କୁ ସୁରକ୍ଷିତ ଭାବେ ଫେରାଇବାକୁ ଦାବି କରିଛନ୍ତି। ପ୍ରଶାସନ କେନ୍ଦ୍ର ସରକାର
ଓ ବିଦେଶ ମନ୍ତ୍ରାଳୟକୁ ଏଥିପାଇଁ ରିପୋର୍ଟ ପଠାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଅଙ୍କିତଙ୍କ ଭାଇ ରଘୁବୀର
ଜାଙ୍ଗଡ଼ା କହିଛନ୍ତି ଯେ, ତାଙ୍କ ବାପା ଜଣେ
ରାଜମିସ୍ତ୍ରୀ ଓ ମା ସୁଶୀଳା ଦେବୀ ଗୃହଣୀ। ସେମାନେ ଦୁଇ ଭାଇ। ତାଙ୍କ ଛୋଟ ଭାଇ ଅଙ୍କିତ ୧୫
ଫେବୃଆରୀ ୨୦୨୫ ରେ 12ମ ଶ୍ରେଣୀ ପାସ୍ କରି ଅଧ୍ୟୟନ ଭିସାରେ ରୁଷ ଯାଇଥିଲେ । ସେ ମସ୍କୋ ସହରର ଏମଏସଏଲୟୁକଲେଜରେ ଏକ ଭାଷା କୋର୍ସରେ ଭର୍ତ୍ତି ହୋଇଥିଲେ। ଦ୍ୱିତୀୟ ଯୁବକ ବିଜୟ ମଧ୍ୟ ଏହିପରି ଭାବେ ଯାଇଥିଲେ।
ରଘୁବୀର କହିଛନ୍ତି ଯେ ତାଙ୍କ
ଭାଇ ତାଙ୍କୁ ଏହା ସୂଚନା ଦେଇଛନ୍ତି ଯେ ଜଣେ ମହିଳା ତାଙ୍କୁ ଚାକିରି ଦେବା ନାମରେ ପ୍ରଲୋଭନ
ଦେଖାଇ ଫସାଇଛନ୍ତି। କୁହାଯାଇଥିଲା ଯେ ତାଙ୍କୁ ରୁଷିଆନ୍ ଆର୍ମିରେ ଚାକିରି ମିଳିବ,
ତିନି ମାସ ଟ୍ରେନିଂ ପରେ ଦେଢ଼ ଲକ୍ଷ ଟଙ୍କା ପ୍ରତିମାସ
ଦିଆଯିବ। ଏହାପରେ ଠକେଇରେ କଂଟ୍ରାକ୍ଟ କରି ଫସାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା