ବମ୍ବେ ହାଇକୋର୍ଟକୁ ବୋମା ପକାଇବାର ଧମକ ମିଥ୍ୟା ବୋଲି ଜଣାପଡିଲା, ଯାଂଚରେ କିଛି ସନ୍ଦେହଜନକ ପାଇନାହିଁ ପୋଲିସ
ମୁମ୍ବାଇ, ୧୨ ସେପ୍େଟମ୍ବର (ହିସ)- ମହାରାଷ୍ଟ୍ରର ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ଐତିହାସିକ ମୁମ୍ବାଇ ହାଇକୋର୍ଟକୁ ବୋମା ପକାଇବାର ଏକ ମିଥ୍ୟା ଧମକ ବାର୍ତା ଶୁକ୍ରବାର ଅପରାହ୍ନରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୂଚନା ପାଇବା ମାତ୍ରେ, ମୁମ୍ବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ସମଗ
ବମ୍ବେ ହାଇକୋର୍ଟକୁ ବୋମା ପକାଇବାର ଧମକ ମିଥ୍ୟା ବୋଲି ଜଣାପଡିଲା, ଯାଂଚରେ କିଛି ସନ୍ଦେହଜନକ ପାଇନାହିଁ ପୋଲିସ


ମୁମ୍ବାଇ, ୧୨ ସେପ୍େଟମ୍ବର (ହିସ)- ମହାରାଷ୍ଟ୍ରର ଦକ୍ଷିଣ ମୁମ୍ବାଇରେ ଅବସ୍ଥିତ ଐତିହାସିକ ମୁମ୍ବାଇ ହାଇକୋର୍ଟକୁ ବୋମା ପକାଇବାର ଏକ ମିଥ୍ୟା ଧମକ ବାର୍ତା ଶୁକ୍ରବାର ଅପରାହ୍ନରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୂଚନା ପାଇବା ମାତ୍ରେ, ମୁମ୍ବାଇ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ସମଗ୍ର ପରିସରକୁ ଖାଲି କରି ଏହାର ପ୍ରତ୍ୟେକ ଜାଗା ଯାଂଚ କରିଥିଲେ, କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ କୌଣସି ସ୍ଥାନରେ ନ ମିଳିବାରୁ ସୁରକ୍ଷାକର୍ମୀମାନେ ଆଶ୍ୱସ୍ତି ଅନୁଭବ କରିଥିଲେ।

ମୁମ୍ବାଇ ପୋଲିସ ସୂତ୍ର ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୦୧ ଟା ସମୟରେ ଏହାର ଇମେଲରେ ହାଇକୋର୍ଟକୁ ବୋମା ମାରିବାକୁ ଧମକପୂର୍ଣ୍ଣ ଏକ ବାର୍ତା ଆସିଥିଲା। ଏହି ବାର୍ତା ପରେ, ହାଇକୋର୍ଟ ପ୍ରଶାସନ ତୁରନ୍ତ ମୁମ୍ବାଇ ପୋଲିସକୁ ଜଣାଇଥିଲା ଏବଂ ସମଗ୍ର ପରିସର ଖାଲି କରାଯାଇଥିଲା। ବାର ଆସୋସିଏସନଗୁଡ଼ିକୁ ସେମାନଙ୍କର ସଦସ୍ୟମାନଙ୍କୁ ଜଣାଇବାକୁ କୁହାଯାଇଥିଲା, ଯାହା ପରେ ଓକିଲ, ମକଦ୍ଦମାକାରୀ ଏବଂ କୋର୍ଟ କର୍ମଚାରୀମାନେ କୋଠା ଛାଡି ଚାଲିଯାଇଥିଲେ। ଆସୋସିଏସନର ଜଣେ ପ୍ରତିନିଧି କହିଛନ୍ତି, କୋର୍ଟ ଅଧିକାରୀଙ୍କ ଅନୁରୋଧ କ୍ରମେ, ଆମେ ସମସ୍ତ ସଦସ୍ୟଙ୍କୁ ପରିସର ଖାଲି କରିବାକୁ ଜଣାଇଛୁ ଯାହାଦ୍ୱାରା ପୋଲିସ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande