ନୂଆଦିଲ୍ଲୀ, ୧୨ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ଏହି ଅବସରରେ ସେ ପାଂଚ ରାଜ୍ୟରେ ୭୧,୮୫୦ କୋଟି ଟଙ୍କାରୁ ଅଧିକରେ ବିଭିନ୍ନ ପରିଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୩ ସେପ୍ଟେମ୍ବରକୁ ମଣିପୁର ପହଂଚିବେ। ଦ୍ୱିପହର ୧୨.୩୦ରେ ଚୁରାଚାଂଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ପରିଯୋଜନାର ଶିଳାନ୍ୟାସ କରିବେ, ଯେଉଁଥିରେ ମଣିପୁର ସହର ସଡ଼କ, ଡ୍ରେନେଜ ଏବଂ ଏସେଟ୍ ମ୍ୟାନେଜମେଂଟ ପ୍ରୋଜେକ୍ଟ(୩,୬୦୦ କୋଟି ଟଙ୍କା), ପାଂଚ ରାଷ୍ଟ୍ରୀୟ ରାଜମାର୍ଗ ପରିଯୋଜନା(୨,୫୦୦ କୋଟି ଟଙ୍କାରୁ ଅଧିକ) ଏବଂ ମଣିପୁର ଇମ୍ଫୋଟେକ୍ ଡେଭଲପମେଂଟ(ଏମ୍ଆଇଏନ୍ଡି) ପରିଯୋଜନା ପ୍ରମୁଖ ଅଟେ। ପ୍ରଧାନମନ୍ତ୍ରୀ ୧୪ ସେପ୍ଟେମ୍ବରରେ ଆସାମରେ ୧୮,୫୩୦କୋଟି ଟଙ୍କାରୁ ଅଧିକର ପରିଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଦରାଂଗରେ ଦରାଂଗ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ, ଜିଏନ୍ଏମ୍ ସ୍କୁଲ, ବି.ଏସ୍ସି, ନର୍ସିଂ କଲେଜ, ଗ୍ୱୋହାଟୀ ରିଂଗ ରୋଡ଼ ପ୍ରୋଜେକ୍ଟ ଏବଂ କୁରୁୱା-ନାରେଂଗି ପୁଲ୍ର ଶିଳାନ୍ୟାସ ହେବ।
ପ୍ରଧାନମନ୍ତ୍ରୀ ମୋଦୀ ୧୫ ସେପ୍ଟେମ୍ବରରେ ପଶ୍ଚିମବଙ୍ଗର କୋଲକାତାରେ ୧୬ତମ ସଂଯୁକ୍ତ କମାଣ୍ଡର ସମ୍ମିଳନୀ-୨୦୨୫ର ଉଦ୍ଘାଟନ କରିବେ। ସେ ସମ୍ମିଳନୀକୁ ସମ୍ବୋଧିତ ମଧ୍ୟ କରିବେ। ଏହି ସମ୍ମିଳନୀ ୧୫ରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହାର ବିଷୟ ଇୟର ଅଫ୍ ରେକର୍ଡ଼ସ- ଟ୍ରାନ୍ସଫାର୍ମିଂଗ ଫର ଦ କ୍ୟୁଚର ଅଟେ। ଏଥିରୁ ଦେଶର ଶୀର୍ଷ ସୈନ୍ୟ ଏବଂ ନାଗରିକ ନେତୃତ୍ୱ ଭବିଷ୍ୟର ରଣନୀତି ଉପରେ ବିଚାର ବିମର୍ଶ କରିବେ।
ପ୍ରଧାନମନ୍ତ୍ରୀ ୧୫ ସେପ୍ଟେମ୍ବରକୁ ବିହାର ଯିବେ। ଦ୍ୱିପହର ୨.୪୫ରେ ପୂର୍ଣ୍ଣିମାରେ ନୂଆ ଟର୍ମିନାଲ ଭବନର ଉଦ୍ଘାଟନ କରିବେ ଏବଂ ୩୬,୦୦୦ କୋଟି ଟଙ୍କାରୁ ଅଧିକର ବିଭିନ୍ନ ପରିଯୋଜନାର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି