ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ସେପ୍ଟେମ୍ବର ୨୨ରୁ କର୍ଣ୍ଣାଟକରେ ପୁଣି ଜାତି ଜନଗଣନା କରାଯିବ
ବାଙ୍ଗାଲୁର, ୧୨ ସେପ୍ଟେମ୍ବର (ହି.ସ.) – ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା କହିଛନ୍ତି ଯେ, ରାଜ୍ୟ ସରକାର ପଛୁଆ ବର୍ଗ କମିଶନଙ୍କ ନେତୃତ୍ୱରେ ଏକ ନୂତନ ଜାତି ଜନଗଣନା କରିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ପଛୁଆ ବର୍ଗ କମିଶନର ଅଧ୍ୟକ୍ଷ ମଧୁସୂଦନ ନାୟକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏହି କମ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ସେପ୍ଟେମ୍ବର ୨୨ରୁ କର୍ଣ୍ଣାଟକରେ ପୁଣି ଜାତି ଜନଗଣନା କରାଯିବ


ବାଙ୍ଗାଲୁର, ୧୨ ସେପ୍ଟେମ୍ବର (ହି.ସ.) – ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା କହିଛନ୍ତି ଯେ, ରାଜ୍ୟ ସରକାର ପଛୁଆ ବର୍ଗ କମିଶନଙ୍କ ନେତୃତ୍ୱରେ ଏକ ନୂତନ ଜାତି ଜନଗଣନା କରିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ପଛୁଆ ବର୍ଗ କମିଶନର ଅଧ୍ୟକ୍ଷ ମଧୁସୂଦନ ନାୟକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ୨୨ ସେପ୍ଟେମ୍ବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପୁନଃସର୍ଭେ କରିବ ।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଶୁକ୍ରବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିଲେ । ସିଦ୍ଦରମୈୟା କହିଛନ୍ତି ଯେ, ପୁନଃସର୍ଭେ ପାଇଁ ବର୍ତମାନ ୪୨୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଆବଶ୍ୟକ ହେଲେ ଅଧିକ ପାଂଠି ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସମାନତା ଦେବା ଉଦ୍ଦେଶ୍ୟରେ ଏହି ଜନଗଣନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏବଂ ସମସ୍ତ ନାଗରିକଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ । ସେ କହିଥିଲେ ଯେ, ଏହି ସର୍ଭେରେ ପଚରାଯାଇଥିବା ୬୦ଟି ପ୍ରଶ୍ନର ଉତର ସମସ୍ତଙ୍କୁ ଦେବା ଉଚିତ । ସମାଜରେ ଅନେକ ଜାତି ଏବଂ ଧର୍ମ ଅଛି । ସଂଘର୍ଷ ଏବଂ ଅସମାନତା ଅଛି, କିନ୍ତୁ ସମ୍ବିଧାନ କହୁଛି ଯେ ସମସ୍ତଙ୍କୁ ସମାନ ସୁଯୋଗ ଏବଂ ସାମାଜିକ ନ୍ୟାୟ ଦିଆଯିବା ଉଚିତ । ଆମ୍ବେଦକର କହିଥିଲେ ଯେ, ଆର୍ଥିକ, ସାମାଜିକ, ଶିକ୍ଷାଗତ ଏବଂ ରାଜନୈତିକ ଅସମାନତା ରହିଛି । ଯଦି ଏହି ଗଣତନ୍ତ୍ରକୁ ବଂଚିବାକୁ ପଡ଼ିବ, ତେବେ ଅସମାନତାକୁ ଦୂର କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଦି ଅସମାନତା ରହିବ, ତେବେ ଏଥବରୁ ପୀଡ଼ିତ ଲୋକମାନେ ଗଣତନ୍ତ୍ରର ନିର୍ମାଣକୁ ନଷ୍ଟ କରିଦେବେ । ସମାଜରେ ଅସମାତନା ରହିବାକୁ ଦିଆଯିବା ଉଚିତ ନୁହେଁ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande