ଅଯୋଧ୍ୟା, ୧୨ ସେପ୍ଟେମ୍ବର(ହି.ସ.) – ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଶୁକ୍ରବାର ଦିନ ଏକ ବିଶେଷ ଅବସରର ସାକ୍ଷୀ ହୋଇଛି, ଯେତେବେଳେ ମରିଶସର ପ୍ରଧାନମନ୍ତ୍ରୀ ଡା. ନବୀନଚନ୍ଦ୍ର ରାମଗୁଲାମ ନିଜ ପତ୍ନୀ ବୀନା ରାମଗୁଲାମ ଏବଂ ପ୍ରତିନିଧି ମଣ୍ଡଳ ରାମଲାଲାଙ୍କ ଦର୍ଶନ କରିଛନ୍ତି, ଡା, ରାମଗୁଲାମ ପତ୍ନୀଙ୍କ ସହିତ ବିଧିବିଧାନରେ ରାମଲାଲାଙ୍କ ପୂଜା କରିଛନ୍ତି ଏବଂ ଲୋକକଲ୍ୟାଣର କାମନା କରିଛନ୍ତି। ରାମଲାଲାଙ୍କ ଦର୍ଶନ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରାଧ୍ୟକ୍ଷ । ଏହା ପୂର୍ବରୁ ଭୂଟାନ ପ୍ରଧାନମନ୍ତ୍ରୀ ଦର୍ଶନ ପୂଜନ କରିଥିଲେ।
ମରିଶସର ପ୍ରଧାନମନ୍ତ୍ରୀ ଡା. ନବୀନଚନ୍ଦ୍ର ରାମଗୁଲାମ ନିଜ ପତ୍ନୀ ବିନା ରାମଗୁଲାମଙ୍କ ବ୍ୟତୀତ ପ୍ରାୟ ୩୦ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳ ସହିତ ଆଜି ସକାଳ ଦ୍ୱିପହର ପ୍ରାୟ ୧୨ଟାରେ ଅଯୋଧ୍ୟା ପହଂଚିଛନ୍ତି। ଏଠାରେ ମହର୍ଷି ବାଲ୍ମୀକି ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ସୌଜନ୍ୟମୂଳକ ସ୍ୱାଗତ କରିଛନ୍ତି। ଯୋଗୀ ଫୁଲତୋଡ଼ା ଏବଂ ସ୍ମୃତି ଚିହ୍ନ ପ୍ରଦାନ କରି ଅତିଥି ଦେବୋ ଭବର ପରମ୍ପରା ପାଳନ କରିଛନ୍ତି। ଏୟାରପୋର୍ଟ ପରିସରରେ ରେଡ଼ କାର୍ପେଟ ବିଛାଇ, ମନ୍ତ୍ରୋଚାରଣ ଏବଂ ପାରମ୍ପାରିକ କଳଶ-ଆରତୀରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ କରାଯାଇଛି। ଏହି ଅବସରରେ ଢୋଲ-ନଗାଡ଼ା ଏବଂ ଶଙ୍ଖନାଦର ଧ୍ୱନିରେ ବାତାବରଣ ଆଧ୍ୟାତ୍ମିକତାରେ ଭରିଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି