ରାଂଚି,୧୨ ସେପ୍େଟମ୍ବର (ହି.ସ.)- କୋଲ୍ ଇଣ୍ଡିଆର ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଖୁବ୍ ଶୀଘ୍ର ବାଧ୍ୟତାମୂଳକ ହେବ। ଏହା ୧୭ ସେପ୍େଟମ୍ବର ୨୦୨୫ ଶ୍ରମ ଦିବସ, ବିଶ୍ୱକର୍ମା ପୂଜା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରୁ ଆରମ୍ଭ ହେବ। ଶୁକ୍ରବାର ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ସାମ୍ବାଦିକମାନଙ୍କ ସହ ଆଲୋଚନାରେ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀଙ୍କ ସମ୍ମାନ ଏବଂ ଗର୍ବ ବୃଦ୍ଧି କରିବା ପାଇଁ ୟୁନିଫର୍ମ କାର୍ଯ୍ୟକାରୀ କରାଯାଉଛି। ଏହି ୟୁନିଫର୍ମ କୋଲ୍ ଇଣ୍ଡିଆ ପ୍ରଦାନ କରିବ। ସେ ସୂଚନା ଦେଇଛନ୍ତି ଯେ କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଅନୁଦାନ ରାଶି ୧୫ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ କର୍ମଚାରୀମାନଙ୍କୁ ବର୍ତମାନର ଜୀବନ ବୀମା ସହିତ ୧ କୋଟି ଟଙ୍କାର ଅତିରିକ୍ତ ବୀମା ପ୍ରଦାନ କରାଯିବ। ଚୁକ୍ତିଭିତିକ କର୍ମଚାରୀମାନଙ୍କୁ ୪୦ ଲକ୍ଷ ଟଙ୍କାର ଅତିରିକ୍ତ ବୀମା ଲାଭ ମଧ୍ୟ ମିଳିବ।
----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ