ଉପରାଷ୍ଟ୍ରପତି ପଦରୁ ଇସ୍ତଫା ପରେ ପ୍ରଥମ ଥର ସାର୍ବଜନୀନ ମଂଚରେ ଦେଖାଦେଲେ ଧନଖଡ, ରାଧାକୃଷ୍ଣନଙ୍କୁ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ, 12 ସେପ୍ଟେମ୍ବର (ହି.ସ.) - ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ସର୍ବସାଧାରଣ ଭାବେ କୌଣସି କାର୍ଯ୍ୟକ୍ରମରେ ଦେଖାଦେଇଛନ୍ତି । ଧନଖଡ଼ ଆଜି ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ନବନିର୍ବାଚିତ ଉପରାଷ
ଉପରାଷ୍ଟ୍ରପତି ପଦରୁ ଇସ୍ତଫା     ପରେ ପ୍ରଥମ ଥର ସାର୍ବଜନୀନ ମଂଚରେ ଦେଖାଦେଲେ ଧନଖଡ, ରାଧାକୃଷ୍ଣନଙ୍କୁ ଜଣାଇଲେ ଶୁଭେଚ୍ଛା


ନୂଆଦିଲ୍ଲୀ, 12 ସେପ୍ଟେମ୍ବର (ହି.ସ.)

- ପୂର୍ବତନ

ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ସର୍ବସାଧାରଣ

ଭାବେ କୌଣସି କାର୍ଯ୍ୟକ୍ରମରେ ଦେଖାଦେଇଛନ୍ତି । ଧନଖଡ଼ ଆଜି ରାଷ୍ଟ୍ରପତି ଭବନର ଗଣତନ୍ତ୍ର

ମଣ୍ଡପରେ ନବନିର୍ବାଚିତ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ସମାରୋହରେ

ଉପସ୍ଥିତ ରହିଥିଲେ ଏବଂ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସଂବିଧାନିକ ପଦର ଦାୟିତ୍ୱ ଗ୍ରହଣ କରିଥିବାରେ ତାଙ୍କୁ ହାର୍ଦ୍ଧିକ

ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ତାଙ୍କର ପତ୍ନୀ ସୁଦେଶ ଧନଖଡ଼ ମଧ୍ୟ ଉପସ୍ଥିତ ଥିଲେ।

ଧନଖଡ଼ ରାଧାକୃଷ୍ଣନଙ୍କୁ

ତାଙ୍କ ନୂତନ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇ କହିଥିଲେ ଯେ,

ତାଙ୍କର ଅନୁଭବ ଓ ନେତୃତ୍ୱ କ୍ଷମତା ରାଷ୍ଟ୍ରହିତରେ ଏକ ନୂତନ ଅଧ୍ୟାୟ ଲେଖିବ। କାର୍ଯ୍ୟକ୍ରମରେ ପୂର୍ବ ଉପରାଷ୍ଟ୍ରପତି ହମିଦ ଅନସାରୀ ମଧ୍ୟ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande