ମୃତକ ପରିବାରଙ୍କୁ ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା
ନୂଆଦିଲ୍ଲୀ, 13 ସେପ୍ଟେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ହାସନରେ ଘଟିଥିବା ଦୁର୍ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଏହି ଦୁଃଖଦ ସମୟରେ ତାଙ୍କର ବିଚାର ଶୋକାକୁଳ ପରିବାରଙ୍କ ସହିତ ଅଛି। ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡ ରୁ ମୃତକଙ୍କ ପରିବାରଙ୍କୁ ପ୍ରତିଜନଙ୍କୁ ଦୁଇ-ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ। ଦୁର୍ଘଟଣାରେ ଆହତ ପ୍ରତ୍ୟେକ ବ୍ୟକ୍ତିଙ୍କୁ 50 ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯିବ।
ଉଲ୍ଲେଖନୀୟ ଯେ, କର୍ଣ୍ଣାଟକର ହାସନ ଜିଲ୍ଲାରେ ଶୁକ୍ରବାର ରାତିରେ ଗଣେଶ ବିସର୍ଜନ ସମୟରେ ବଡ଼ ଦୁର୍ଘଟଣା ଘଟିଥିଲା। ଗୋଟିଏ ଟ୍ରକ ନିୟନ୍ତ୍ରଣ ହରାଇ, ଭକ୍ତମାନଙ୍କ ଭିଡ଼ ଭିତରେ ପଶି ଗଲା, ଯାହା ଫଳରେ ଅତି କମରେ 8 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 20ରୁ ଅଧିକ ଲୋକ ଆହତ ହୋଇଛନ୍ତି ଆହତମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ମୃତକମାନଙ୍କ ମଧ୍ୟରେ କିଛି ଇଞ୍ଜିନିୟରିଂ ଛାତ୍ରମାନେ ମଧ୍ୟ ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ