ଗ୍ୱୌହାଟି (ଆସାମ)୧୩ ସେପ୍ଟେମ୍ବର
(ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗ୍ୱୌହାଟିରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କର
ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି ଚାଲିଛି। ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା
ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଗସ୍ତ ସମୟରେ
ପ୍ରଧାନମନ୍ତ୍ରୀ ମୋଦି ମହାନ କଳାକାର ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେବେ।ଏହି ସମୟରେପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ବାଉଁଶ ଆଧାରିତ ଇଥାନଲ ରିଫାଇନାରୀର
ଉଦଘାଟନ କରିବେ ଏବଂ ଆସାମର ବିକାଶକୁ ଏକ ନୂତନ ଦିଗ ଦେବାକୁ ଥିବା ଅନେକ ପରିବର୍ତ୍ତନକାରୀ
ପ୍ରକଳ୍ପର ଶୁଭାରମ୍ଭ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା